ଅମରାବତୀ: ଆନ୍ଧ୍ରପ୍ରଦେଶ ମାନଚିତ୍ରରେ ଯୋଡି ହେଲା ଆଉ 13 ନବଗଠିତ ଜିଲ୍ଲା । ଆଜି (ସୋମବାର) ସରକାରୀ ଭାବେ ଏହି ନୂତନ ଜିଲ୍ଲା ଗୁଡିକ ରାଜ୍ୟ ମାନଚିତ୍ରରେ ସ୍ଥାନିତ କରାଯାଇଛି । ଆଜି ଗୁଣ୍ଟୁର ଜିଲ୍ଲା ତାଡେପଲ୍ଲୀରୁ ଭିଡିଓ କନଫରେନ୍ସି ଜରିଆରେ ନୂଆ ୧୩ ଜିଲ୍ଲା ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ଏହାକୁ ମିଶାଇ ରାଜ୍ୟରେ ମୋଟ ଜିଲ୍ଲା ସଂଖ୍ୟା 26କୁ ବୃଦ୍ଧି ପାଇଛି ।
ବିଜୟନଗରମ, ବିଶାଖାପଟ୍ଟନମ, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ, ଗୁଣ୍ଟୁର, କୁର୍ଣ୍ଣଲ, ଅନନ୍ତପୁର, ଚିତ୍ତୋର,କଡପା ଏବଂ କ୍ରିଷ୍ଣା ଜିଲ୍ଲାର ବିଭାଜନ ହୋଇ ନୂଆ ଜିଲ୍ଲା ସୃଷ୍ଟି ହୋଇଛି । ନବଗଠିତ ଜିଲ୍ଲାଗୁଡିକରେ ଏସପି ଜିଲ୍ଲାପାଳଙ୍କ ସମେତ ଅନ୍ୟ ଆଇଏସ ଓ ଆଇପିଏସଙ୍କ ନିଯୁକ୍ତି ନିଷ୍ପତ୍ତି ମଧ୍ୟ ନିଆଯାଇଛି ।
ନଜର ପକାନ୍ତୁ ଆନ୍ଧ୍ରର ସମସ୍ତ ଜିଲ୍ଲା ଉପରେ...
- ଶ୍ରୀକାକୁଲମ
- ପାର୍ବତୀପୁରମ୍ ମାନ୍ୟମ୍
- ବିଜୟନଗରମ
- ବିଶାଖାପଟନମ
- ଅଲ୍ଲୁରି
- ଅନାକାପାଲ୍ଲି
- ପୂର୍ବ ଗୋଦାବରୀ
- କାକିନଡା
- କୋନାସୀମା
- ଇଲ୍ଲୁରୁ
- ପଶ୍ଚିମ ଗୋଦାବରୀ
- ଏନଟିଆର ଜିଲ୍ଲା
- କ୍ରିଷ୍ଣା
- ଗୁଣ୍ଟୁର
- ବାପାଟଲା
- ପାଲାନ୍ଦୁ
- ପ୍ରକାଶମ
- ପୋଟି ଶ୍ରୀରମୁଲୁ
- ତିରୁପତି
- ଚିତ୍ତୋର
- ଅନ୍ୟାମାୟା
- କାଡାପା
- ଅନ୍ନନ୍ତାପୁରମ
- ଶ୍ରୀ ସତ୍ୟ ସାଇ
- ନନ୍ଦୟାଲ
- କୁର୍ଣ୍ଣୁଲ