ଓଡିଶା

odisha

ETV Bharat / bharat

ଶାହାଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ - Amit Shah

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ରାଜ୍ୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ଶାହଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ
ଶାହଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

By

Published : Jun 11, 2021, 5:55 PM IST

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ତେବେ ଏହି ଆଲୋଚନା ଦେଢ ଘଣ୍ଟା ଧରି ଚାଲିଥିବା ସୂଚନା ମିଳିଛି ।

ଆନ୍ଧ୍ରପ୍ରଦେଶର ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଶାସନର ବିକେନ୍ଦ୍ରୀକରଣ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଏଣୁ ବିଶାଖାପଟନମ ଠାରେ ଏକ୍ଜିକ୍ୟୁଟିଭ୍ କ୍ୟାପିଟାଲ, ଅମରାବତୀରେ ବିଧାନସଭା ରାଜଧାନୀ ଏବଂ କର୍ଣ୍ଣୁଲରେ ଜୁଡିସିଆଲ କ୍ୟାପିଟାଲ ସହିତ 3ଟି ସ୍ଥାନରେ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଯୋଜନା କରୁଛି ବୋଲି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ କହିଛନ୍ତି ।

କର୍ଣ୍ଣୁଲରେ ଆନ୍ଧ୍ରପ୍ରଦେଶର ହାଇକୋର୍ଟ ପୁନଃ-ବିଜ୍ଞପ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି ଏବଂ ରାଜ୍ୟକୁ ବ୍ୟବସ୍ଥିତ ଭାବରେ ଶକ୍ତିଶାଳୀ ତଥା ଆତ୍ମନିର୍ଭରଶୀଳ କରିବାକୁ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ବର୍ଗ ମାନ୍ୟତା ଦିଆଯିବା ଜରୁରୀ ବୋଲି ସେ କହିଛନ୍ତି ।

ସ୍ବତନ୍ତ୍ର ସ୍ଥିତିର ଅନୁମୋଦନ ଆନ୍ଧ୍ରପ୍ରଦେଶକୁ ଅଧିକ କେନ୍ଦ୍ରୀୟ ଅନୁଦାନ ପାଇଁ ଅଧିକାର ପ୍ରଦାନ କରିବ ଯାହା ଦ୍ବାରା ରାଜ୍ୟ ଉପରେ ଆର୍ଥିକ ବୋଝର ଅନୁପାତ ହ୍ରାସ ହେବ, ନୂତନ ଶିଳ୍ପ ପଛରେ ଚାକିରି ସୃଷ୍ଟି ହେବ ଏବଂ ବର୍ଦ୍ଧିତ ଟିକସ ହେତୁ ଆର୍ଥିକ ଆତ୍ମନିର୍ଭରଶୀଳ ହେବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details