ଓଡିଶା

odisha

ଆନ୍ଧ୍ରପ୍ରଦେଶ CMO ଅଫିସରେ ନକଲି ଦସ୍ତଖତ, ୫ କର୍ମଚାରୀ ଗିରଫ

By

Published : Aug 12, 2023, 8:18 PM IST

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନକଲି ଦସ୍ତଖତର ବ୍ୟବହାର କରି ଟଙ୍କା ହଡ଼ପ । ଗିରଫ କଲେ ୫ କର୍ମଚାରୀ । ଅଧିକ ପଢନ୍ତୁ

Etv Bharat
Etv Bharat

ଅମରାବତୀ:ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଡିଜିଟାଲ ଦସ୍ତଖତର ଅପବ୍ୟବହାର । ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ସିଆଇଡି ୫ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଏହି କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ନକଲି ଦସ୍ତଖତ କରି ଟଙ୍କା ହଡ଼ପ ପାଇଁ ଯୋଜନା କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ପୋଲିସ ଶନିବାର କନମାର୍ଲା ଶ୍ରୀନୁ, ଗୁଠାଲା ଶୀତାରମୈୟା, ନାଲାଜଲା ସାଇରାମ, ଭୁକ୍ୟା ଚୈତନ୍ୟା ନାୟକ ଓ ଅବଦୁଲ ରଜକଙ୍କୁ ପୋଲିସ ହେପାଜତକୁ ନେଇଛି । ଏ ନେଇ ସିଆଇଡି ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କିଛି କର୍ମଚାରୀ ଡିଜିଟାଲ ଦସ୍ତଖତ ମାଧ୍ୟମରେ ଟଙ୍କା ହଡ଼ପ କରିବାକୁ ଯୋଜନା ରଖିଥିଲେ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ ହୋଇଛି । ସେହି ଅଭିଯୋଗ ଆଧାରରେ ୫ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି ।

ଏହା ବି ପଢନ୍ତୁ- Data Protection Bill 2023: ଲୋକସଭାରେ ହେଲା ପାରିତ, ଡାଟା ସୁରକ୍ଷା ନେଇ ମନ୍ତ୍ରୀଙ୍କ ପ୍ରତିଶୃତି

ମିଳିଥିବା ସୂଚନା ଅନୁସାରେ ଏହି କର୍ମଚାରୀମାନେ ଇ-ଅଫିସ ଲଗ୍‌ଇନରେ ବରିଷ୍ଠ ଅଧିକାରୀଙ୍କ ୟୁଜର ନେମ ଓ ପାସୱାର୍ଡ ଦେଇ ଏକ ନକଲି ସିଏମପି ବା ଚିଫ ମିନିଷ୍ଟର ପିଟିସନ ତିଆରି କରୁଥିଲେ । କିଛି ବିଧାୟକ ଓ ସାଂସଦଙ୍କ ଅନୁମତି କ୍ରମେ ବରିଷ୍ଠ ଅଧିକାରୀଙ୍କ ବିନା ଅନୁମତିରେ ସେମାନେ ଏପରି ବେଆଇନ କାର୍ଯ୍ୟ କରୁଥିଲେ । ଏହି ବେଆଇନ ଘଟଣାରେ ଶ୍ରୀନୁ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇଛି । ଯିଏକି ରେବୁ ମୁଥ୍ୟାଲା ରାଜୁଙ୍କ ଅଫିସରେ ଜଣେ ଜୁନିଅର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।

ଏହି ଅଫିସରେ କିଛି ଦିନ କାମ କରିବା ପରେ ଶ୍ରୀନୁ ଇ-ଅଫିସର ଆକ୍ସେସ ସମ୍ପର୍କରେ ଜାଣିଥିଲା । ଏହାପରେ ଟଙ୍କା ହଡ଼ପ କରିବା ଲାଗି ସେ ନକଲି କାଗଜପତ୍ର ତିଆରି କରି ଏହାକୁ ନିଜ ମନ ମୁତାବକ ବିଭିନ୍ନ ବିଭାଗକୁ ପଠାଉଥିଲା । ଏହାପରେ ଏହି କାର୍ଯ୍ୟରେ ସେ ଅନ୍ୟ କର୍ମଚାରୀଙ୍କୁ ଅବଗତ କରାଇବା ପରେ ଏମାନେ ଏକ ଗ୍ୟାଙ୍ଗ ତିଆରି କରିଥିଲେ । ଏହାପରେ ସେମାନେ ଇ-ଅଫିସ ଲଗ ଇନ କରି ଟଙ୍କା ହଡ଼ପ କରିଥିଲେ ।

ଅଭିଯୋଗ ପରେ ପୋଲିସ ତଦନ୍ତ ପ୍ରକ୍ରିୟାରେ ଜାଣିବାକୁ ପାଇଥିଲା ଯେ ୬୬ଟି ସିଏମପି ନକଲି । ଏହି ଅଭିଯୁକ୍ତମାନେ ଡିଜିଟାଲ ସିଗ୍ନେଚର କରି ଏହି ବେଆଇନ କାର୍ଯ୍ୟ ଚଳାଇଥିଲେ । ଯେଉଁ ଟଙ୍କା ହଡ଼ପ କରୁଥିଲେ ତାହାକୁ ନିଜ ମଧ୍ୟରେ ବାଣ୍ଟି ନେଉଥିଲେ । ଏମାନଙ୍କ ବିରୋଧରେ ପୋଲିସ IPC ଧାରା ୪୨୦, ୪୬୫, ୪୭୧ ଓ ୧୨୦ବି ଅନୁଯାୟୀ ମାମଲା ରୁଜୁ କରିଛି । ଏମାନଙ୍କୁ ଗିରଫ ପରେ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ABOUT THE AUTHOR

...view details