ଓଡିଶା

odisha

ETV Bharat / bharat

Bumper Offer: ୫ ପଇସାରେ ଅଧା କେଜି ଚିକେନ, ଦୋକାନ ଆଗରେ ଲମ୍ବା ଲାଇନ - ଅଫର

୫ ପଇସାରେ ୫୦୦ ଗ୍ରାମ ଚିକେନ ବାଣ୍ଟିଲେ ଆନ୍ଧ୍ରପ୍ରଦେଶ ନିଲୋର ଜିଲ୍ଲାର ଜଣେ ଯୁବକ । ଦୋକାନ ଆଗରେ ସକାଳୁ ଧାଡି ବାନ୍ଧିଲେ ଅନେକ ଗ୍ରାହକ । ଅଧିକ ପଢନ୍ତୁ

Half kg of chicken for five paisa coin only
Half kg of chicken for five paisa coin only

By

Published : Mar 13, 2023, 9:31 PM IST

ବିଶାଖାପାଟନମ:ସାଧାରଣତଃ ୧ କେଜି ଚିକେନ ବଜାରରେ 200 ଟଙ୍କାରୁ ଅଧିକ ଦରର ମିଳେ । ଚାହିଦା ଅନୁଯାୟୀ ବିଭିନ୍ନ ସ୍ଥାନରେ ଏହାର ମୂଲ୍ୟ ଧାର୍ଯ୍ୟ କରାଯାଏ । ହେଲେ ଆନ୍ଧ୍ରପ୍ରଦେଶର ନିଲୋର ଜିଲ୍ଲାର ଏକ ଚିକେନ ଦୋକାନରେ ମାତ୍ର ୫ ପଇସାରେ ମିଳିଲା ଅଧା କେଜି ଚିକେନ । ଯେତେବେଳେ ଦୋକାନ ମାଲିକ ଏନେଇ ଘୋଷଣା କଲେ ଦୋକାନ ଆଗରେ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା । ହେଲେ ଏହି ଘଟଣାରେ ରହିଥିଲା ଟିକେ ଟ୍ବିଷ୍ଟ । କେବଳ ୫ ପଇସା ପୁରୁଣା ମୁଦ୍ରା ଦେଉଥିବା ଗ୍ରାହକଙ୍କୁ ଅଧା କେଜି ଚିକେନ ପ୍ରଦାନ କରାଯିବ ବୋଲି ଦୋକାନୀଙ୍କ ସର୍ତ୍ତ ରଖିଥିଲେ ।

ଜିଲ୍ଲାର ଅଟମାକୁରୁ ଟାଉନରେ ଥିବା 786 ଚିକେନ ଦୋକାନ ମାଲିକ ଗ୍ରାହକଙ୍କ ପାଇଁ ଏହି ବମ୍ଫର ଅଫର ଆଣିଥିଲେ । ରବିବାର ସେ ଏହି ଘୋଷଣା କରିଥିଲେ । ଏହି ସୂଚନା ମିଳିବା ମାତ୍ରେ ସହରବାସୀ ଓ ଆଖପାଖ ଗାଁର ଲୋକମାନେ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇଥିଲେ । ଆଜି ସକାଳୁ ଦୋକାନ ଆଗରେ ଲମ୍ବା ଲାଇନ ଲାଗିଥିଲା । ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଏହି ଅଫର ରହିଥିବା ବେଳେ ଲୋକମାନେ ୫ ପଇସା କଏନ ଆଣି ଦୋକାନ ସମ୍ମୁଖରେ ଧାଡ଼ି ବାନ୍ଧିଥିଲେ । ଯେଉଁ ଗ୍ରାହକଙ୍କ ନିକଟରେ ପୁରୁଣା ୫ ପଇସା କଏନ ରହିଥିଲା ଦୋକାନୀ ତାଙ୍କୁ ୫୦୦ ଗ୍ରାମ ଚିକେନ ଦେଇଥିଲେ ।

ଏହା ବି ପଢନ୍ତୁ- LPG ଗ୍ୟାସ ଉପରେ ୩୦୦ ଟଙ୍କା ସବସିଡି ଘୋଷଣା କଲେ ପୁଡୁଚେରୀ ସରକାର

ଏହି ଚିକେନ ଦୋକାନ ସହରରେ ପ୍ରାୟ ୧୨ ବର୍ଷ ଧରି ବ୍ୟବସାୟ କରିଆସୁଛି । ନିକଟରେ ଏହି ଦୋକାନ ୱାଟର ପ୍ଲାଣ୍ଟ ନିକଟରେ ଆଉ ଏକ ଦୋକାନ ଖୋଲିଛି । ୫ ପଇସାରେ ୫୦୦ ଗ୍ରାମ ଚିକେନ୍‌ର କାରଣ ସମ୍ପର୍କରେ ଇଟିଭି ଭାରତ ସହିତ ଆଲୋଚନା କରି ଦୋକାନ ମାଲିକ କହିଛନ୍ତି ଯେ ଲୋକେ ଧୀରେ ଧୀରେ ପୁରୁଣା ମୁଦ୍ରାର ମହତ୍ତ୍ବକୁ ଭୁଲିଯାଉଛନ୍ତି । ସେମାନଙ୍କୁ ମନେ ପକାଇ ଦେବା ଲାଗି ସେ ଏହି ଅଫର ଆଣିଥିବା କହିଛନ୍ତି । ଏହି ଅଫର ସମ୍ପର୍କରେ ଲୋକଙ୍କୁ ଜଣାଇବା ଲାଗି ସେ ସୋସିଆଲ ମିଡିଆର ବ୍ୟବହାର ମଧ୍ୟ କରିଥିଲେ । ଲୋକେ ଖବର ପାଇବା ମାତ୍ରେ ପୁରୁଣା ୫ ପଇସା ମୁଦ୍ରା ସହିତ ଦୋକାନରେ ପହଞ୍ଚି ଖୁସିରେ ଘରକୁ ଚିକେନ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା ।

ଦୋକାନ ମାଲିକ ଶାଫି କହିଛନ୍ତି, "ଗତ ୧୨ ବର୍ଷ ଧରି ଏଠାରେ ଆମେ ବ୍ୟବସାୟ କରିଆସୁଛୁ । ପ୍ରତିବର୍ଷ ଆମ ଗ୍ରାହକଙ୍କ ଲାଗି କିଛି କରିଥାଉ । ଯେହେତୁ ଚଳିତବର୍ଷ ଦୋକାନକୁ ୧୨ବର୍ଷ ପୁରିବାକୁ ଯାଉଛି, ଏହି ଅବସରରେ ଆମେ କିଛି ନୂଆ କରିବାକୁ ଉଦ୍ୟମ କରିଥିଲୁ । ଲୋକଙ୍କୁ ପୁରୁଣା ମୁଦ୍ରାର ମହତ୍ତ୍ବ ବୁଝାଇବା ଲାଗି ଏହି ଅଫର ଆଣିଥିଲୁ । ଏହି ଅଫରକୁ ଅନେକ ଗ୍ରାହକ ଗ୍ରହଣ କରିଥିଲେ । ସେମାନେ ଚିକେନ ନେଇ ବେଶ ଖୁସି ଅନୁଭବ କରିଥିଲେ । ତେବେ ଆମେ ଆଗକୁ ପ୍ରତି ରବିବାର କିଛି ନା କିଛି ଅଫର ରଖିବାକୁ ସ୍ଥିର କରିଛୁ ।"

ABOUT THE AUTHOR

...view details