ଓଡିଶା

odisha

ETV Bharat / bharat

ଅଧା ବାଟରୁ ଗାଏବ ହୋଇଗଲା 18ଟନ ଅକ୍ସିଜେନ ଟ୍ୟାଙ୍କର, ବାଜିରେ ଲାଗିଥିଲା 400 ଜୀବନ - Andhra Police traces missing oxygen tanker

ଦେଶର ବିଭିନ୍ନ ରାଜ୍ୟକୁ ଓଡିଶା ଲଗାତାର ଅମ୍ଲଜାନ ଯୋଗାଣ କରିଚାଲିଛି । ଏହି କ୍ରମରେ ଓଡିଶା ଆନ୍ଧ୍ରକୁ ଅକ୍ସିଜେନ ଯୋଗାଣ କରିଥିଲା । ହେଲେ ଅଧା ବାଟରୁ ନିଖୋଜ ହୋଇଗଲା ଅକ୍ସିଜେନ ଟ୍ୟାଙ୍କର । ସେପଟେ, ଅକ୍ସିଜେନ ଅପେକ୍ଷାରେ ବିଜୟୱାଡା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ 400 କୋଭିଡ ରୋଗୀ । ଅଧିକ ପଢନ୍ତୁ...

ଅଧା ବାଟରୁ ଗାଏବ ହୋଇଗଲା 18ଟନ ଅକ୍ସିଜେନ ଟ୍ୟାଙ୍କର, ବାଜିରେ ଲାଗିଥିଲା 400 ଜୀବନ
ଅଧା ବାଟରୁ ଗାଏବ ହୋଇଗଲା 18ଟନ ଅକ୍ସିଜେନ ଟ୍ୟାଙ୍କର, ବାଜିରେ ଲାଗିଥିଲା 400 ଜୀବନ

By

Published : May 8, 2021, 3:36 PM IST

ଅମରାବତୀ: ଦେଶର ବିଭିନ୍ନ ରାଜ୍ୟକୁ ଓଡିଶା ଲଗାତାର ଅମ୍ଲଜାନ ଯୋଗାଣ କରିଚାଲିଛି । ଏହି କ୍ରମରେ ଓଡିଶା ଆନ୍ଧ୍ରକୁ ଅକ୍ସିଜେନ ଯୋଗାଣ କରିଥିଲା । ହେଲେ ଅଧା ବାଟରୁ ନିଖୋଜ ହୋଇଗଲା ଅକ୍ସିଜେନ ଟ୍ୟାଙ୍କର । ସେପଟେ, ଅକ୍ସିଜେନ ଅପେକ୍ଷାରେ ବିଜୟୱାଡା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ 400 କୋଭିଡ ରୋଗୀ । ଓଡିଶାରୁ ଆନ୍ଧ୍ରକୁ 18 ଟନ ବିଶିଷ୍ଟ ଟ୍ୟାଙ୍କର ପଠାଯାଇଥିଲା । ଗୁରୁବାର ବିଳମ୍ବିତ ରାତିରେ ବିଜୟୱାଡାରୁ ନିଖୋଜ ହୋଇଯାଇଥିଲା । ଟ୍ରାକିଂ ସିଷ୍ଟମରେ ବିଫଳତା କାରଣରୁ ପୋଲିସ ପ୍ରାଥମିକ ଭାବେ ଟ୍ୟାଙ୍କରକୁ ଖୋଜି ବାହାର କରିପାରିନଥିଲା ।

ଅଧା ବାଟରୁ ଗାଏବ ହୋଇଗଲା 18ଟନ ଅକ୍ସିଜେନ ଟ୍ୟାଙ୍କର, ବାଜିରେ ଲାଗିଥିଲା 400 ଜୀବନ

ଏପେଟ, 400 ରୋଗୀଙ୍କ ଜୀବନକୁ ନେଇ ପ୍ରଶାସନର ନିଦ ହଜି ଯାଇଥିଲା । ଏହା ପରେ ବିଜୟୱାଡା ପୋଲିସ କମିଶନର ଓଡିଶା-ବିଜୟୱାଡା ରାସ୍ତାରେ ଥିବା ସମସ୍ତ ଥାନାକୁ ଆଲର୍ଟ କରିଥିଲେ । ପୋଲିସ ୟୁନିଟ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ପ୍ରତି ଗଳିକନ୍ଦିରେ ଖୋଜିବା ଆରମ୍ଭ କରିଥିଲେ । ଶେଷରେ ପୂର୍ବ ଗୋଦାବରୀ ଜିଲ୍ଲାର ଧର୍ମଭାରମର ଏକ ଢାବାରୁ ଏହି ନିଖୋଜ ଟ୍ୟାଙ୍କର ଠାବ କରିଥିଲେ ପୋଲିସ । ଟ୍ୟାଙ୍କର ଚାଳକ ଥକି ଯାଇଥିବାରୁ ଢାବାରେ ଟ୍ୟାଙ୍କର ଅଟକାଇ ବିଶ୍ରାମ ନେଉଥିବାର ଦେଥିବାକୁ ମିଳିଥିଲା ।

ତେବେ ପରସ୍ଥିତିକୁ ଦେଖି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଜଣେ ହୋମଗାର୍ଡଙ୍କୁ ଡ୍ରାଇଭର ସହିତ ନିୟୋଜିତ କରାଯାଇଥିଲା । ପରେ ଠିକଣା ଜାଗାରେ ପହଞ୍ଚାଯାଇଥିଲା । ଫଳରେ ଅଳ୍ପକେ 400 ରୋଗୀଙ୍କ ଜୀବନକୁ ବଞ୍ଚା ଯାଇପାରିଛି ।

ABOUT THE AUTHOR

...view details