ବିଶାଖାପାଟନମ: ଦେଶରେ ମହାମାରୀ କୋରୋନାର ଦ୍ବିତୀୟ ଲହରୀ ମଧ୍ୟରେ ଭୟ ବଢାଉଛି ଆନ୍ଧ୍ର ଭ୍ୟାରିଏଣ୍ଟ । ତେବେ ଏହି ଭ୍ୟାରିଏଣ୍ଟ ଯୋଗୁଁ କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର ।
N440K ଭୂତାଣୁର ଏକ ଭ୍ୟାରିଏଣ୍ଟ ବୋଲି ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (CCMB) ପକ୍ଷରୁ ସଂଗୃହିତ ଅନୁସନ୍ଧାନ ତଥ୍ୟରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନଥିବା କହିଛି ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମଣରେ ଏହି ନିର୍ଦ୍ଦିଷ୍ଟ ପ୍ରକାରର ଭ୍ୟାରିଏଣ୍ଟର ଭୂମିକା ନେଇ ବ୍ୟାପକ ଚିନ୍ତା ପରେ ଏହି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।