ଅମରାବତୀ: ଆନ୍ଧ୍ର ସରକାର ମଙ୍ଗଳବାର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଶିଶୁଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ଏଥିଲାଗି ସରକାରୀ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଦେଶ ସମେତ ରାଜ୍ୟରେ ବର୍ତ୍ତମାନ କୋରୋନାର ଦ୍ବିତୀୟ ଲହରୀ ଜାରି ରହିଛି । ତେବେ ତୃତୀୟ ଲହରୀକୁ ରୋକିବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ବ କରିଛନ୍ତି ରାଜ୍ୟ ସରକାର । ଏଥିଲାଗି ମଙ୍ଗଳବାର ଅମରାବତୀଠାରେ ଏକ ବୈଠକ କରାଯାଇ ତୃତୀୟ ଲହରୀକୁ ରୋକିବା ସମ୍ପର୍କରେ ଆଲୋଚନା କରାଯାଇଛି । ଏହାସହିତ ମେଡିକାଲ ଷ୍ଟାଫଙ୍କୁ ପେଡ୍ରିଆଟିକ ବା ଶିଶୁଙ୍କ ଚିକିତ୍ସା ସମ୍ବନ୍ଧୀୟ ଚିକିତ୍ସା ଲାଗି ସ୍ବତନ୍ତ୍ର ପ୍ରଶିକ୍ଷଣ ଦେବା ପାଇଁ ବ୍ୟବସ୍ଥା କରାଯାଉଛି । ଏହି ବୈଠକ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଅଲ୍ଲା କାଲି କ୍ରିଷ୍ଣାଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା ।