ଓଡିଶା

odisha

ETV Bharat / bharat

କୋରୋନାରେ ବାପାମା’ ହରାଇଥିବା ପିଲାଙ୍କୁ 10 ଲକ୍ଷ ଦେବେ ଆନ୍ଧ୍ର ସରକାର - ଆନ୍ଧ୍ରପ୍ରଦେଶ କୋରୋନା

ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ ଘୋଷଣା । କୋରୋନାରେ ପିତା ମାତା ହରାଇଥିବା ପିଲାଙ୍କ ପାଇଁ 10 ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଆକାରରେ ଫିକ୍ସ ଡିପୋଜିଟ କରିବେ ଆନ୍ଧ୍ରପ୍ରଦେଶ ସରକାର। ଅଧିକ ପଢନ୍ତୁ...

ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ ଘୋଷଣା, କୋରୋନାରେ ପିତା ମାତା  ହରାଇଥିବା ପିଲାଙ୍କୁ ଦେବେ 10 ଲକ୍ଷ
ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ ଘୋଷଣା, କୋରୋନାରେ ପିତା ମାତା ହରାଇଥିବା ପିଲାଙ୍କୁ ଦେବେ 10 ଲକ୍ଷ

By

Published : May 28, 2021, 7:45 AM IST

Updated : May 28, 2021, 8:36 PM IST

ଅମରାବତୀ:ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ ଘୋଷଣା । କୋରୋନାରେ ପିତା ମାତା ହରାଇଥିବା ପିଲାଙ୍କ ପାଇଁ 10 ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଆକାରରେ ଫିକ୍ସ ଡିପୋଜିଟ କରିବେ ଆନ୍ଧ୍ରପ୍ରଦେଶ ସରକାର । ଏହି ଯୋଜନା 18 ବର୍ଷରୁ କମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ଓ ଯେଉଁମାନେ ଅଭାବ ଅନଟନ ଦେଇ ଗତି କରୁଛନ୍ତି ସେହି ପିଲାମାନଙ୍କ ନାଁରେ ଫିକ୍ସ ଡିପୋଜିଟ କରାଯିବ ବୋଲି ସିଏମଓ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସରକାର ଆଶା କରୁଛନ୍ତି ଯେ, ପ୍ରତି ପିଲାଙ୍କ ପାଇଁ 10 ଲକ୍ଷ ଟଙ୍କା ସ୍ଥିର ଜମା କରି ସେମାନେ ମାସିକ ସୁଧ ପରିମାଣ ପ୍ରାୟ 5000 ଟଙ୍କା ସେମାନଙ୍କ ରୋଜଗାର ତଥା ଫିକ୍ସଡ ଜମାକୁ ଭବିଷ୍ୟତ ପାଇଁ ସୁରକ୍ଷା ଭାବରେ ବ୍ୟବହାର କରିପାରିବେ । 25 ବର୍ଷ ବୟସ ପରେ ସେମାନେ ମୁକ୍ତ କରିପାରିବେ । ସେମାନଙ୍କ ଭବିଷ୍ୟତ ପାଇଁ ସ୍ଥିର ଜମା ରାଶି 10 ଲକ୍ଷ ଟଙ୍କା ବୋଲି ବିବୃତ୍ତିରେ କୁହାଯାଇଛି।

ଏପର୍ଯନ୍ତ ରାଜ୍ୟରେ ଏକ ସପ୍ତାହ ମଧ୍ୟରେ 34 ଅନାଥ ପିଲାଙ୍କୁ ଚିହ୍ନଟ କରାଯାଇ ଫିକ୍ସ ଜମା ବଣ୍ଡ ଜାରି କରାଯାଇଛି ।

@ANI

Last Updated : May 28, 2021, 8:36 PM IST

ABOUT THE AUTHOR

...view details