ଅମରାବତୀ: ସପ୍ତମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ନାପକିନ ବାଣ୍ଟିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ । ଅନ୍ତର୍ଜାତୀୟ ମହିଳା ଦିବସରେ ଏକ ସରକାରୀ ସ୍କୁଲରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
ଶୁକ୍ରବାର ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଉପରେ ଅଧିକ ଫୋକସ କରିଥିଲେ । ଏନେଇ ଏକ ଯୋଜନା ପାଇଁ ସରକାର ବାର୍ଷିକ ମୋଟ 41.4 କୋଟି ଟଙ୍କା ଖର୍ଚ୍ଚ କରାଯିବ । ସରକାରୀ ବିଦ୍ୟାଳୟ, ଜୁନିଅର କଲେଜ ଏବଂ ଗୁରୁକୁଳ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଜୁଲାଇ 1 ରୁ ସାନିଟାରୀ ନାପକିନ୍ ବଣ୍ଟନ କରାଯିବ । ଏହାସହ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବାଳିକାମାନଙ୍କୁ ସର୍ବୋତ୍ତମ କୋଚିଂ ପ୍ରଦାନ କରିବାକୁ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଆମ୍ମାଭୋଡି ଯୋଜନା ଅଧୀନରେ ସରକାର ସେମାନଙ୍କୁ ପ୍ରଦାନ କରିଥିବା ଲାପଟପ୍ ସହିତ ଖ୍ୟାତିସମ୍ପନ୍ନ କୋଚିଂ ସେଣ୍ଟର ସହାୟତା ନେବାକୁ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।