ଓଡିଶା

odisha

ETV Bharat / bharat

ଗ୍ୟାଲେଣ୍ଟ୍ରି ପଦକ ବିଜେତାଙ୍କ ଅର୍ଥ ରାଶିକୁ 10 ଗୁଣା ବୃଦ୍ଧି କଲେ ଆନ୍ଧ୍ର ସରକାର - gallantry awardees from state

ଗ୍ୟାଲେଣ୍ଟ୍ରି ପଦକ ବିଜେତାଙ୍କ ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଉପହାର। ରାଜ୍ୟରେ ଦିଆଯାଉ ଥିବା ଅର୍ଥରାଶିକୁ ପୂର୍ବ ଅପେକ୍ଷା ଦଶଗୁଣା ଅଧିକ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

ଗ୍ୟାଲେଣ୍ଟ୍ରି ପଦକ ବିଜେତାଙ୍କ ପୁରସ୍କାର ରାଶିକୁ 10 ଗୁଣା ବୃଦ୍ଧି କଲେ ଆନ୍ଧ୍ର ସରକାର
ଗ୍ୟାଲେଣ୍ଟ୍ରି ପଦକ ବିଜେତାଙ୍କ ପୁରସ୍କାର ରାଶିକୁ 10 ଗୁଣା ବୃଦ୍ଧି କଲେ ଆନ୍ଧ୍ର ସରକାର

By

Published : Feb 19, 2021, 11:20 AM IST

ତିରୁପତି: ଗ୍ୟାଲେଣ୍ଟ୍ରି ପଦକ ବିଜେତାଙ୍କ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଉପହାର । ରାଜ୍ୟର ସଶସ୍ତ୍ର ବାହିନୀର କର୍ମଚାରୀଙ୍କ ପାଇଁ ପୂର୍ବରୁ ଥିବା ଅର୍ଥରାଶିକୁ ଜଗନ ଦଶଗୁଣା ବୃଦ୍ଧି କରାଯିବ ବୋଲି ଘୋଷଣା କରିଛନ୍ତି।

ଗ୍ୟାଲେଣ୍ଟ୍ରି ପଦକ ବିଜେତାଙ୍କ ପୁରସ୍କାର ରାଶିକୁ 10 ଗୁଣା ବୃଦ୍ଧି କଲେ ଆନ୍ଧ୍ର ସରକାର

ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ପରମ ବୀର ଚକ୍ର ଏବଂ ଅଶୋକ ଚକ୍ର ବିଜେତାଙ୍କ ପାଇଁ ନଗଦ ପୁରସ୍କାର ରାଶି ବର୍ତ୍ତମାନ 10 ଲକ୍ଷ ଥିବା ବେଳେ ଏହାକୁ 1 କୋଟି ଟଙ୍କାକୁ ବୃଦ୍ଧି କରାଯିବ। ସେହିପରି ମହାଭୀର ଚକ୍ର ଏବଂ କିର୍ତ୍ତୀ ଚକ୍ର ପାଇଁ ରାଜ୍ୟ ପ୍ରୋତ୍ସାହନ ସଂଖ୍ୟା 8 ଲକ୍ଷରୁ 80 ଲକ୍ଷକୁ ବୃଦ୍ଧି କରାଯିବ।

ରାଜ୍ୟ ଭୀର ଚକ୍ର ବିଜେତା ଏବଂ ସୌର୍ଯ୍ୟ ଚକ୍ରର ସଶସ୍ତ୍ର କର୍ମଚାରୀଙ୍କ ପାଇଁ ନଗଦ ପୁରସ୍କାର 6 ଲକ୍ଷରୁ 60 ଲକ୍ଷକୁ ବୃଦ୍ଧି କରାଯିବ। ରାଜ୍ୟର ସମସ୍ତ ସଶସ୍ତ୍ର କର୍ମଚାରୀଙ୍କ ସମ୍ପର୍କୀୟ ଯେଉଁମାନେ କର୍ତ୍ତବ୍ୟ ସମ୍ପାଦନ ବେଳେ ପ୍ରାଣ ହରାଇଛନ୍ତି ସେମାନଙ୍କୁ 50 ଲକ୍ଷ ଟଙ୍କା ଦିଆଯିବ।

1971 ମସିହାର ଭାରତ-ପାକିସ୍ଥାନ ଯୁଦ୍ଧକୁ ସ୍ମରଣ କରି ବିଜୟ ମଶାଲ ଗ୍ରହଣ କରିଥିଲେ । ଏବଂ ଗୁରୁବାର ଯୁଦ୍ଧ ହିରୋଙ୍କୁ ଉତ୍ସାହିତ କରିଥିଲେ। ମେଜର ଜେନେରାଲ ସି ଭେନୁଗୋପାଲ, ଯୁଦ୍ଧ ଭେଟେରାନଙ୍କ ବାସଭବନ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ଏବଂ 1971 ଯୁଦ୍ଧର ଜୀବନ୍ତ ଉଦାହରଣ ହୋଇଥିବାରୁ ତାଙ୍କୁ ଉତ୍ସାହିତ କରିଥିଲେ।

ଡିସେମ୍ବର 16ରେ ବର୍ଷତମାମ ବିଜୟ ବର୍ଣ୍ଣୀକୁ ପ୍ରଜ୍ୱଳିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ପ୍ରଜ୍ବଳିତ କରାଯାଇଥିବା ବେଳେ ଏବେ ଏହା ତିରୁପତିକୁ ଆସିଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କର୍ମଚାରୀ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ।

ABOUT THE AUTHOR

...view details