ଓଡିଶା

odisha

MahaShivratri: ମଧ୍ୟପ୍ରଦେଶର ପୁରାତନ ଶୈବପୀଠ, କେବଳ ଶିବରାତ୍ରିରେ ଖୋଲେ ମନ୍ଦିର

ଆସନ୍ତାକାଲି ମହାଶିବରାତ୍ରି ଅବସରରେ ଖୋଲିବ ମଧ୍ୟପ୍ରଦେଶର ପୁରାତନ ଶୈବପୀଠ ସୋମେଶ୍ବର ମନ୍ଦିର । ଏହି ମନ୍ଦିରଟି ସବୁଦିନ ବନ୍ଦ ରହିଥିବା ବେଳେ କେବଳ ମହାଶିବରାତ୍ରିରେ ଖୋଲିଥାଏ । ଅଧିକ ପଢନ୍ତୁ

By

Published : Feb 17, 2023, 9:48 PM IST

Published : Feb 17, 2023, 9:48 PM IST

Ancient Shiv temple in Madhya Pradesh
Ancient Shiv temple in Madhya Pradesh

ଭୋପାଳ: ମହାଶିବରାତ୍ରିକୁ ସାରା ଦେଶରେ ଭକ୍ତମାନେ ବେଶ ଶ୍ରଦ୍ଧାର ସହିତ ପାଳନ କରିଥାନ୍ତି । ପ୍ରତିବର୍ଷ ଏହି ପବିତ୍ର ଦିବସକୁ ପାଳନ ହୋଇଥାଏ । ଚଳିତ ବର୍ଷ ଗତକାଲି ବା ଫେବୃଆରୀ ୧୮ ତାରିଖରେ ପାଳିତ ହେବ ମହାଶିବରାତ୍ରି । ଏହି ଗୋଟିଏ ଦିନ ମଧ୍ୟପ୍ରଦେଶରେ ଏକ ଶିବ ମନ୍ଦିର ଖୋଲିଥାଏ, ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥାଏ । ବର୍ଷ ବର୍ଷ ଧରି ଏହି ଶୈବପୀଠ ବନ୍ଦ ରହିଥିବା ବେଳେ ପ୍ରତିବର୍ଷ ଗୋଟିଏ ଦିନ ଅର୍ଥାତ ଜାଗର ଦିନ ଏହି ମନ୍ଦିରଟି ଖୋଲିଥାଏ ।

ଏହି ପ୍ରସିଦ୍ଧ ଶୈବପୀଠର ନାମ ହେଉଛି ସୋମେଶ୍ବର ମନ୍ଦିର । ମଧ୍ୟପ୍ରଦେଶ ରେସିନ ଜିଲ୍ଲାରେ ଏହି ମନ୍ଦିରଟି ଅବସ୍ଥିତ । ଭୋପାଳଠାରୁ ପ୍ରାୟ ୪୮କିଲୋମିଟର ଦୂରରେ ରହିଥିବା ଏହି ପୁରାତନ ମନ୍ଦିରକୁ ନେଇ ବେଶ ଚର୍ଚ୍ଚା ହୋଇଥାଏ । ମନ୍ଦିରଟି ୧୦୦୦ ଫୁଟ ଉଚ୍ଚରେ ରହିଥିବା ବେଳେ ଏହାର ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି । ୧୨୮୩ ମସିହାରେ ଜଲାଲଉଦ୍ଦିନ ଖିଲଜି ଏହି ମନ୍ଦିର ଉପରେ ଆକ୍ରମଣ କରିଥିଲେ । ଏହାପରେ ୧୫୪୩ ମସିହାରେ ମଲିକ କଫୁର, ମହମ୍ମଦ ଶାହ ତୁଘଲକ, ସାହିବ ଖାନ ମଧ୍ୟ ଆକ୍ରମଣ କରିଥିଲେ । ୧୯୭୪ ମସିହାରେ ଏହି ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲା । ଏହାପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଏହି ମନ୍ଦିରକୁ ବନ୍ଦ କରିଦେଇଥିଲେ ।

ଏହା ବି ପଢନ୍ତୁ- Shiv Sena: ଉଦ୍ଧବ ଗୋଷ୍ଠୀଙ୍କୁ ଶକ୍ତ ଝଟକା, ସିନ୍ଦେଙ୍କୁ ମିଳିଲା ପ୍ରକୃତ ଶିବସେନା ମାନ୍ୟତା, ଧନୁ-ତୀର ଚିହ୍ନ

ସେହି ଦିନଠାରୁ ଏହି ଶୈବପୀଠଟି କେବଳ ମହାଶିବରାତ୍ରିରେ ଖୋଲିଥାଏ । ଶିବରାତ୍ରି ଦିନ ମନ୍ଦିରଟି ପ୍ରାୟ ୧୨ ଘଣ୍ଟା ଧରି ଖୋଲା ରହିଥାଏ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିଥାଏ । ଗତବର୍ଷ ଏହି ମନ୍ଦିରକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା, ଯେତେବେଳେ ପଣ୍ଡିତ ପ୍ରଦୀପ ମିଶ୍ର ଏହି ମନ୍ଦିର ସମ୍ପର୍କରେ ଆଲୋଚନା କରିଥିଲେ । ମିଶ୍ର କହିଥିଲେ, "ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ହୋଇଥିବା ବେଳେ ସୋମେଶ୍ବର ମନ୍ଦିରରେ ପ୍ରଭୁ ଶିବ ବନ୍ଦୀ ହୋଇ ରହିଛନ୍ତି । ଏହି ଶିବ ମନ୍ଦିର ବନ୍ଦ ରହିଥିବା ବେଳେ ସେ ଦୀପାବଳି ପାଳୁଛନ୍ତି ।"

ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଏହି ମନ୍ଦିରକୁ ଯାଇଥିଲେ ଏବଂ ମନ୍ଦିର ବାହାରେ ଜଳାଭିଷେକ କରିଥିଲେ । ଭୋପାଳ ସର୍କଲ ପ୍ରତ୍ନତତ୍ତ୍ବ ବିଭାଗର ନିର୍ଦ୍ଦେଶକ ମନୋଜ କୁର୍ମିଙ୍କ କହିବାନୁସାରେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେବା ଉଚିତ । ଆମର ଦାୟିତ୍ବ ଐତିହାସିକ ସ୍ଥଳକୁ ରକ୍ଷା କରିବା ଏବଂ ଆମେ ଆମ କାର୍ଯ୍ୟ କରୁଛୁ ବୋଲି ମନୋଜ କହିଛନ୍ତି । ଚଳିତ ବର୍ଷ ମଧ୍ୟ ଏହି ପୁରାତନ ଶୈବପୀଠ ଆସନ୍ତାକାଲି ସକାଳ ୬ଟାରେ ଖୋଲିବ ଏବଂ ମନ୍ଦିରରେ ପୂଜାର୍ଚ୍ଚନା ପରେ ସନ୍ଧ୍ୟା ୬ଟାରେ ଏହାକୁ ବନ୍ଦ କରାଯିବ ।

ଗତବର୍ଷ ଏହି ମନ୍ଦିରକୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ଚଳିତ ବର୍ଷ ଏହି ମନ୍ଦିରକୁ ଅନେକ ଭକ୍ତ ଆସିବାର ଆଶା କରାଯାଉଛି । ଏହାସହିତ ପ୍ରଶାସନ ପକ୍ଷରୁ ଏଠାରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ଏହାସହ ମନ୍ଦିରକୁ ଆସିବାକୁ ଥିବା ଭକ୍ତମାନଙ୍କୁ ୫ ପ୍ରକାରର ଖିଚଡି଼ ଓ ଫଳମୂଳ ପ୍ରସାଦ ଭାବେ ପ୍ରଦାନ କରାଯିବ ବୋଲି ମଧ୍ୟ ଜଣାପଡ଼ିଛି ।

ABOUT THE AUTHOR

...view details