ଲକ୍ଷ୍ନୌ:ଯାହା ପାଖରେ କୌଶଳ ଅଛି ତାକୁ ପରିଚୟ ବନାଇବାକୁ ପଡେନାହିଁ । ଆପେ ଆପେ ପରିଚୟ ମିଳିଯାଏ । ଏମିତି ଜଣେ ଯୁବକ ହେଲେ ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାର ଶିବପୂଜନ । ସେ ଏବେ ସୋସିଆଲ ମିଡିଆ ଚର୍ଚ୍ଚିତ ଯୁବକ । ତାଙ୍କ ଦ୍ବାରା ତିଆରି ଏକ ଯାନ ତାଙ୍କୁ ଚର୍ଚ୍ଚିତ କରିଛି । ଯାହାକୁ ପ୍ରଶଂସା କରିଛନ୍ତି ବିଜନେସ୍ ଟାଇକୁନ ତଥା ମହିନ୍ଦ୍ରା ଗ୍ରୁପ ଅଧକ୍ଷ ଆନନ୍ଦ ମହିନ୍ଦ୍ରା । ଟ୍ବିଟରେ ଏହି ଯୁବ ଇଞ୍ଜିନିୟରଙ୍କୁ ଦେଖା କରିବାକୁ କହିଛନ୍ତି ଆନନ୍ଦ ମହିନ୍ଦ୍ରା ।
ପିଲାଟି ଦିନୁ ଇଞ୍ଜିନିୟର ହେବାକୁ ସ୍ବପ୍ନ ଦେଖିଥିବା ଶିବପୂଜନଙ୍କ ପାଇଁ ଅର୍ଥାଭାବ ପ୍ରତିବନ୍ଧକ ସାଜିଥିଲା । ମାତ୍ର ସେ ହାର୍ ମାନିନଥିଲେ । ଅଭାବୀ ଓ ଅର୍ଥାଭାବ ମଣିଷକୁ ଅନେକ କିଛି ଶିଖାଏ । ଫଳରେ ନିଆରା କିଛି କରିବା ପାଇଁ ଶିବପୂଜନ ପ୍ରୟାସ ଜାରି ରଖିଥିଲେ । କାନ୍ଥରେ ଚିତ୍ର କରି ରୋଜଗାର କରୁଥିଲେ ଶିବପୂଜନ । ହେଲେ ଏଥିରେ ବା କେତେ ରୋଜଗାର । ଏହାପରେ ୫ ବର୍ଷ ୱେଲ୍ଡିଂ କାମ ଶିଖିବାପରେ ନିଜେ ଏକ କାର୍ ତିଆରି କରିବାକୁ ଭାବିଲେ ।