ଓଡିଶା

odisha

ETV Bharat / bharat

ଶୋ ରୁମରେ ଚାଷୀଙ୍କୁ ଅପମାନିତ ଘଟଣା, ପ୍ରତିକ୍ରିୟା ରଖିଲେ ଆନନ୍ଦ ମହିନ୍ଦ୍ରା

ମହିନ୍ଦ୍ରା ଶୋ ରୁମରେ ଜଣେ କୃଷକଙ୍କୁ ଅପମାନିତ କରିବା ଘଟଣା । ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । କହିଛନ୍ତି ଜଣେ ବ୍ୟକ୍ତିର ସମ୍ମାନ ରକ୍ଷା କରିବା ହେଉଛି କମ୍ପାନୀର ମୂଳ କର୍ତ୍ତବ୍ୟ । ଅଧିକ ପଢ଼ନ୍ତୁ

By

Published : Jan 26, 2022, 10:49 AM IST

anand mahindra responds after farmer humiliation at karnataka showroom
ମହିନ୍ଦ୍ରା ଶୋ' ରୁମରେ ଚାଷୀଙ୍କୁ ଅପମାନିତ ଘଟଣା, ପ୍ରତିକ୍ରିୟା ରଖିଲେ ମହିନ୍ଦ୍ରା ଅଧ୍ୟକ୍ଷ

ବେଙ୍ଗାଲୁରୁ:ମହିନ୍ଦ୍ରା ଶୋ' ରୁମରେ ଜଣେ କୃଷକଙ୍କୁ ଅପମାନିତ କରିବା ଘଟଣା । ଏହି ଘଟଣାରେ ମୁହଁ ଖୋଲିଛନ୍ତି ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ସେ କହିଛନ୍ତି ଜଣେ ବ୍ୟକ୍ତିର ସମ୍ମାନ ରକ୍ଷା କରିବା ହେଉଛି କମ୍ପାନୀର ମୂଳ କର୍ତ୍ତବ୍ୟ ।

କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାର ଏକ ମହିନ୍ଦ୍ରା ଶୋ’ରୁମରେ ଜଣେ କୃଷକଙ୍କୁ ଅପମାନିତ କରାଯାଇଥିବା ଦେଖିବାକୁ ମିଳିଥିଲା। ଉକ୍ତ କୃଷକ ଜଣକ ଏକ ପିକ୍ ଅପ ଭ୍ୟାନ କିଣିବା ଉଦ୍ଦେଶ୍ୟରେ ଶୋ’ରୁମକୁ ଆସିଥିଲେ । ଏଠାରେ ଶୋ' ରୁମର କର୍ମଚାରୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିବା କୃଷକ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ଆନନ୍ଦ ମହିନ୍ଦ୍ରା ଟ୍ବିଟର ଯୋଗେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । MahindraRiseର ମୂଳ ଉଦ୍ଦେଶ୍ୟ ହେଉଛି ଆମର ସମ୍ପ୍ରଦାୟ ଏବଂ ସମସ୍ତ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସକ୍ଷମ କରିବା । ଏବଂ ଏହାର ମୂଳ ଉଦ୍ଦେଶ୍ୟ ହେଉଛି ବ୍ୟକ୍ତିର ସମ୍ମାନକୁ ସମର୍ଥନ କରିବା । ଏହି ଘଟଣାକୁ ଅତି ତତ୍ପରତାର ସହ ସମାଧାନ କରାଯିବ ବୋଲି ଆନନ୍ଦ ମହିନ୍ଦ୍ରା ଟ୍ବିଟ କରିଛନ୍ତି ।

ତେବେ ଚାଷୀ ଜଣକ ଅଭିଯୋଗ କରିଥିଲେ ଯେ, ସେ ତାଙ୍କର 7ଜଣ ବନ୍ଧୁଙ୍କ ସହ ଏକ ବୋଲେରୋ ପିକ୍ ଅପ ଭ୍ୟାନ କିଣିବା ପାଇଁ ଯାଇଥିଲେ। ସେଠାରେ ଶୋ' ରୁମ କର୍ମଚାରୀ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଅପମାନିତ କରିଥିଲେ ଏବଂ କହିଥିଲେ ତମ ପାଖରେ 10 ଟଙ୍କା ନାହିଁ, ତେବେ ତୁମେ କିପରି ଭାବରେ ଗୋଟିଏ ଗାଡ଼ି କିଣିବା ପାଇଁ ଇଚ୍ଛା ରଖୁଛ । ଉକ୍ତ କର୍ମଚାରୀ ଜଣକ ଏହା ମଧ୍ୟ କହିଲେ ଯେ, ଏଭଳି ଶ୍ରେଣୀ ବ୍ୟକ୍ତିମାନେ କେହି ଗାଡ଼ି କିଣିବା ପାଇଁ ଆସନ୍ତି ନାହିଁ ।

ଏହାସହ ତାଙ୍କୁ ଆହୁରି କହିଥିଲେ ଯେ, ଯଦି ମାତ୍ର ଅଧା ଘଣ୍ଟା ମଧ୍ୟରେ ତୁମେ ଟଙ୍କାର ବ୍ୟବସ୍ଥା କରି ପାରିବ, ତାହାଲେ ତୁରନ୍ତ ଗାଡ଼ିଟି ଦିଆଯିବ । ତେବେ ମାତ୍ର 30 ମିନିଟ୍ ମଧ୍ୟରେ ଚାଷୀ ଜଣକ 10ଲକ୍ଷ ଟଙ୍କା ଯୋଗାଡ଼ କରି ଶୋ' ରୁମରେ ପହଞ୍ଚିଥିଲେ । ଏବଂ କହିଲେ ପୋଷାକରୁ କାହାର ଶ୍ରେଣୀ ଚିହ୍ନଟ ହୋଇନଥାଏ । ତେବେ ଚାଷୀ ଜଣକ ରମନପାଲ୍ୟା ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।

ଶୋ' ରୁମର କର୍ମଚାରୀଙ୍କ ଅଭଳି ବ୍ୟବହାର ନେଇ ସେ ଥାନାରେ ଅଭିଯୋଗ କରିଥିଲେ ଏବଂ କହିଥିଲେ ମୁଁ ଜଣେ ଶିକ୍ଷିତ ଲୋକ ହୋଇ ମୋତେ ଯଦି ଏଭଳି ବ୍ୟବହାର କରାଯାଉଛି, ତେବେ ଗାଁର ଚାଷୀମାନଙ୍କୁ ଏମାନେ କିଭଳି ବ୍ୟବହାର କରୁଥିବେ ତାହା ଜଣାପଡ଼ୁଛି । ଏହି ଘଟଣାରେ ଉକ୍ତ କର୍ମଚାରୀ ଜଣକ ନିଜ ଭୁଲକୁ ସ୍ବୀକାର କରି ଚାଷୀ ଜଣଙ୍କୁ କ୍ଷମା ମାଗିଛନ୍ତି । ଏପଟେ ଚାଷୀଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଇଛି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details