ଚେନ୍ନାଇ:ତାମିଲନାଡୁକୁ ବ୍ୟାପିଲା ହିଜାବ ବିବାଦ । ତାମିଲନାଡୁର ଏକ ବିଦ୍ୟାଳୟରେ ଅଭିଭାବକଙ୍କୁ ହିଜାବ ପିନ୍ଧିବ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛି ଏକ ଇସଲାମିକ୍ ସଂଗଠନ । ଏନେଇ ତାମିଲନାଡୁର ସେଲାୟୁର ପୋଲିସ ଷ୍ଟେସନରେ ସଂଗଠନ ପକ୍ଷରୁ ଏତଲା ମଧ୍ୟ ଦିଆଯାଇଛି ।
ହିଜାବ ପିନ୍ଧି ପିଲାର ନାମ ଲେଖାଇବାକୁ ଯାଇଥିବା ଅଭିଭାବକଙ୍କୁ ବାରଣ, ଥାନାରେ ମାମଲା - ଚେନ୍ନାଇରେ ବିଦ୍ୟାଳୟରେ ଅଭିଭାବକଙ୍କୁ ହିଜାବ ବାରଣ
ପୁଣି ହିଜାବ ପିନ୍ଧିବାକୁ ନେଇ ତାମିଲନାଡୁରେ ମୁଣ୍ଡ ଟେକିଲାଣି ବିବାଦ । ବିଦ୍ୟାଳୟରେ ହିଜାବ ପିନ୍ଧିବାକୁ ନେଇ ଅଭିଭାବକଙ୍କୁ ବନ୍ଦ ନିଷ୍ପତ୍ତିକୁ ବିରୋଧ କଲା ଇସଲାମିକ୍ ସଂଗଠନ । ଅଧିକ ପଢନ୍ତୁ
ତାମିଲନାଡୁର ଶଙ୍କାରା ବିଦ୍ୟାଳୟରେ ହିଜାବ ପିନ୍ଧିଥିବା ଜଣେ ଅଭିଭାବକଙ୍କୁ ବାରଣ କରିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ଏହାକୁ ବିରୋଧ କରି ତାମ୍ବ୍ରମର ଆସିକ ମୀରନ ଓ ଇସାଲିମିକ୍ ସଂଗଠନ ପକ୍ଷରୁ ଏହି ଏତଲା ଦିଆଯାଇଛି । ସୂଚନା ଅନୁସାରେ, ଆସିକ୍ ମୀରନ ଓ ତାଙ୍କ ସ୍ତ୍ରୀ ଶଙ୍କରା ବିଦ୍ୟାଳୟକୁ ୪ ବର୍ଷ ପିଲାର ନାମ ଲେଖାଇବା ପାଇଁ ଯାଇଥିଲେ ।
ମାତ୍ର ବିଦ୍ୟାଳୟ ପରିସରରେ ଉଭୟ ସ୍ବାମୀ ଓ ସ୍ତ୍ରୀ ବସିଥିବା ବେଳେ ବିଦ୍ୟାଳୟର ମ୍ୟାନେଜର ସୁନ୍ଦରରମଣ ତାଙ୍କୁ ଡାକିବା ସହ ତାଙ୍କ ପତ୍ନୀଙ୍କୁ ହିଜାବ ଖୋଲିବାକୁ କହିଥିଲେ । ଏହାକୁ ଆସିକ ମୀରନ ବିରୋଧ କରିଥିଲେ ଓ ପରେ ବିଦ୍ୟାଳୟ ପ୍ରିନ୍ସିପାଲଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଏହି ଘଟଣାର ନିରପକ୍ଷ ତଦନ୍ତ କରିବାକୁ ପ୍ରତିଶୃତି ଦେଇଛି ।