ବିଶାଖାପାଟଣା:ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଜିଲ୍ଲା ଗଡିଭେମୁଲା ସ୍ଥିତ ଦୁର୍ଗା ଭୋଗେଶ୍ବର ମନ୍ଦିରରେ ଜୁଆ ଆଡ୍ଡା । ଏଠାରେ ଜଣେ ଜୁଆଡି ୩ ଲକ୍ଷ ଟଙ୍କା ବିନିଯୋଗରେ ରୋଜଗାର କରିଛି ୩୦ଲକ୍ଷ ଟଙ୍କା । ଏଠାକୁ ଆସୁଥିବା ତୀର୍ଥଯାତ୍ରୀଙ୍କୁ ଜୁଆ ଖେଳାଇ ଏହି ବିପୁଳ ଅର୍ଥ ରୋଜଗାର କରିଥିବା ଜଣାପଡ଼ିଛି । ଟଙ୍କାଏରେ ୧୦ ଟଙ୍କା ବା ଟଙ୍କାଏରେ ୧୦୦ ଟଙ୍କା ମିଳିବାର ଆଶା ଦେଖାଇ ଏପରି ଭାବେ ଜୁଆଡ଼ି ୩୦ଲକ୍ଷ ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି ।
ଜୁଆଡ଼ି ଜଣକ ଏକ ନୂଆ ଢଙ୍ଗର ଉପାୟ ଦ୍ବାରା ଏହି ଅର୍ଥ ରୋଜଗାର କରିଛି । ଧାର୍ମିକ ପୀଠରେ ଏପରି ଅପରାଧିକ କାର୍ଯ୍ୟ ଖୁଲମଖୁଲା ହେଉଥିବା ବେଳେ ମନ୍ଦିର ପ୍ରଶାସନର କିପରି ଦୃଷ୍ଟି ପଡ଼ିଲା ନାହିଁ ସେ ନେଇ ପ୍ରଶ୍ନ ଉଠିଛି । ଶ୍ରୀଦୁର୍ଗା ଭୋଗେଶ୍ବର କ୍ଷେତ୍ରରେ ଚଳିତ ବର୍ଷ ଶିବରାତ୍ରି ପାଳିତ ହୋଇଥିଲା । ଏଠାକୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥିଲେ । ତେବେ ପୂଜା ଶେଷ ହେବା ପରେ କିଛି ଅନୁଷ୍ଠାନ ଏହି ଜୁଆ ଆଡ୍ଡା ଜମାଇଥିଲେ । ଏଠାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଭିନ୍ନ ଭିନ୍ନ ଉପାୟ ଦ୍ବାରା ଜୁଆ ଖେଳିବା ଲାଗି ପ୍ରବର୍ତ୍ତାଇଥିଲେ । ଟଙ୍କାଏରେ ୧୦ ଟଙ୍କା ଓ ୧୦୦ଟଙ୍କା ମିଳିବା ପରି ଲୋଭ ଦେଖାଇ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥିଲେ ।