ଓଡିଶା

odisha

ETV Bharat / bharat

ଜମ୍ମୁକାଶ୍ମୀରରେ ସୁରକ୍ଷାକୁ ନେଇ ଶୁକ୍ରବାର ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ - ଜାମ୍ମୁକାଶ୍ମୀରରେ ସୁରକ୍ଷା ପରିସ୍ଥିତି

ଜମ୍ମୁକାଶ୍ମୀରରେ ସୁରକ୍ଷା ପରିସ୍ଥିତିକୁ ନେଇ ଶ୍ରୀନଗରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଅଧିକ ପଢନ୍ତୁ...

ଜାମ୍ମୁକାଶ୍ମୀରରେ ସୁରକ୍ଷା ପରିସ୍ଥିତିକୁ ନେଇ ଆସନ୍ତାକାଲି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
ଜାମ୍ମୁକାଶ୍ମୀରରେ ସୁରକ୍ଷା ପରିସ୍ଥିତିକୁ ନେଇ ଆସନ୍ତାକାଲି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

By

Published : Jul 8, 2021, 10:43 AM IST

Updated : Jul 8, 2021, 10:51 AM IST

ଶ୍ରୀନଗର:ଜମ୍ମୁକାଶ୍ମୀରରେ ସୁରକ୍ଷା ପରିସ୍ଥିତିକୁ ନେଇ ଶୁକ୍ରବାର ଶ୍ରୀନଗରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ରାଜଭବନ ଅଡିଟୋରିୟମରେ ହେବାକୁ ଥିବା ଏହି ବୈଠକରେ ଜାମ୍ମୁକାଶ୍ମୀରର ଲେପ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଅଧ୍ୟକ୍ଷତା କରିବେ । ଏହି ବୈଠକରେ 15 କର୍ପ କମାଣ୍ଡର ଜାମ୍ମୁକାଶ୍ମୀରର ଡିଜିପି ଦିଲବାଗ ସିଂ, ଆଇଜି କାଶ୍ମୀର ଏବଂ ଆଇଜି ଜାମ୍ମୁ, ଏଡିଜି ସିଆଇଡି ଟପ୍ ଇନଣ୍ଟେଲ, ସାମରିକ ଏବଂ କେନ୍ଦ୍ରୀୟ ରିଜର୍ଭ ଫୋର୍ସ ଅଧିକାରୀ ମଧ୍ୟ ଯୋଗ ଦେବେ ।

ଅନ୍ୟମାନଙ୍କ ମଧ୍ୟରେ ଉଦ୍ଧମପୁର AOC ବାୟୁସେନା ଏବଂ BSF ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ । ନିକଟରେ ଜାମ୍ମୁକାଶ୍ମୀରର କୁଲଗାମ ଓବଂ ପୁଲଓ୍ବାମାରେ 5 ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ପ୍ରକାଶ ଥାଉ କି, ଗତକାଲି ଆତଙ୍କବାଦ ବିରୋଧରେ ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ହଣ୍ଡୱାରା ଜିଲ୍ଲାରେ ପୁଲିସକର୍ମୀଙ୍କ ସହ ଏନକାଉଣ୍ଟରରେ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଦୁଇ ଆତଙ୍କୀଙ୍କୁ ନିପାତ ହୋଇଛନ୍ତି । ଦୁଇ ଆତଙ୍କୀ ଅନେକ ଆକ୍ରମଣରେ ସଂପୃକ୍ତି ଥିଲେ । ଅନ୍ୟପଟେ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଜାମ୍ମୁର ବିଭିନ୍ନ ଅଞ୍ଚଳ ତଥା ସାମରିକ ଅଞ୍ଚଳରେ ଅନେକ ଡ୍ରୋନ୍ ନଜର ଆସିଥିଲା । ଯାହା ଡ୍ରୋନ୍ ଆକ୍ରମଣ ହୋଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା ।

Last Updated : Jul 8, 2021, 10:51 AM IST

ABOUT THE AUTHOR

...view details