ଅମୃତସର(ପଞ୍ଜାବ):ବନ୍ଧୁକ ପରମ୍ପରାକୁ(Promoting Gun culture) ପ୍ରଚାର କରୁଥିବା ପଞ୍ଜାବର ଅମୃତସର ସହରର ଜଣେ 10 ବର୍ଷୀୟ ବାଳକଙ୍କ ନାଁରେ FIR ହୋଇଛି । ଅମୃତସର ପୋଲିସ ଉକ୍ତ ବାଳକର ବାପା ଓ ଅନ୍ୟ ଦୁଇଜଣଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି । ତେବେ ବାଳକିଟର ବାପା ଅଭିଯୋଗ କରିଛନ୍ତି ଯେ, ପୁଅ 4 ବର୍ଷର ଥିବାବେଳେ ବନ୍ଧୁକ ସହ ଏହି ଫଟୋ ନିଆଯାଇଥିଲା ।
ବାଳକଟିର ବାପା ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି: ସୂଚନା ଅନୁଯାୟୀ ସ୍ଥାନୀୟ କାଠୁନାଗଲ ଥାନାରେ ଜଣେ 10 ବର୍ଷୀୟ ବାଳକ ନାଁରେ ମାମଲା ରୁଜୁ ହୋଇଛି । ପିଲାଟିର ବାପା ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ପିଲାଟି ବନ୍ଧୁକ ସହ ଛିଡା ହୋଇଛି କାନ୍ଧରେ ଏକ ବୁଲେଟ ବେଲ୍ଟ ରହିଛି । ସାଇବର ସେଲ୍ ପୋଲିସ ନିକଟରେ ଏହି ଫଟୋ ପହଞ୍ଚିବା ପରେ ଖବର ସାମ୍ନାକୁ ଆସିଛି । ତଦନ୍ତ ପରେ ପୋଲିସ ପିଲାଟିକୁ ଟ୍ରେସ୍(traced) କରିଥିଲା ଓ ଘର ଠିକଣା ଖୋଜି ପାଇବା ସହ ପିଲାଟିର ବାପାଙ୍କ ନାମ ଭୁପିନ୍ଦର ବୋଲି ଜଣାପଡିଥିଲା । ଏହାପରେ ସମାନ ଘଟଣାରେ ବିକ୍ରମଜିତ ଓ ବିସରତ ନାମକ ଅ୍ୟ ଦୁଇଜଣଙ୍କ ନାଁରେ ମଧ୍ୟ FIR ହୋଇଥିବା ଜଣାପଡିଛି ।