ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ସୋପିଆନର ତୁର୍କୱାଗମରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିଲେ ଜଣେ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବଳ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କାଶ୍ମୀର ଜୋର ପୋଲିସ । ବର୍ତ୍ତମାନ ମଧ୍ୟ ଉକ୍ତ ସ୍ଥାନରେ ଏନକାଉଣ୍ଟର ଜାରି ରହିଛି ।
ଉକ୍ତ ଅଞ୍ଚଳରେ ଆତଙ୍କବାତୀଙ୍କ ଉପସ୍ଥିତି ନେଇ ଖବର ପାଇଥିଲେ ସୁରକ୍ଷାବାହିନୀ । ଏହାପରେ ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ପୋଲିସ ଓ ସୁରକ୍ଷାବଳ ମିଳିତ ଅପରେସନ ଆରମ୍ଭ କରି ଦେଇଥିଲା । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନରେ ଜଣେ ଆତଙ୍କୀକୁ ସଫା କରିଛନ୍ତି । ମୃତ ଆତଙ୍କୀର ପରିଚୟ ମିଳିନାହିଁ । ବର୍ତ୍ତମାନ ମଧ୍ୟ ଗୁଳିବିନିମୟ ଜାରି ରହିଥିବା କାଶ୍ମୀର ଜୋନାଲ ପୋଲିସ ଟ୍ବିଟ ଯୋଗେ ସୂଚନା ଦେଇଛି ।