ଓଡିଶା

odisha

ETV Bharat / bharat

4.0 ତୀବ୍ରତା ଭୂମିକମ୍ପରେ ଥରିଲା ଜମ୍ମୁ କାଶ୍ମୀର - ଜମ୍ମୁ କାଶ୍ମୀର ଭୂମିକମ୍ପ

ଜମ୍ମୁ ଓ କାଶ୍ମୀରର ଅଧିକାଂଶ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ । ନ୍ୟାସନାଲ ସେସମୋଲୋଜୀ ଅନୁଯାୟୀ ଭୂମିକମ୍ପର ତୀବ୍ରତା ରହିଛି 4.0 । ଅଧିକ ପଢନ୍ତୁ...

4.0 ତୀବ୍ରତା ଭୂମିକମ୍ପରେ ଥରିଲା ଜମ୍ମୁ କାଶ୍ମୀର
4.0 ତୀବ୍ରତା ଭୂମିକମ୍ପରେ ଥରିଲା ଜମ୍ମୁ କାଶ୍ମୀର

By

Published : Nov 8, 2020, 8:57 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଅଧିକାଂଶ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରବିବାର ସଂଧ୍ୟାରେ ହୋଇଛି ଏହି ଭୂମିକମ୍ପ । ନ୍ୟାସନାଲ ସେସମୋଲୋଜୀ ଅନୁଯାୟୀ ଭୂମିକମ୍ପର ତୀବ୍ରତା ରହିଛି 4.0 ।

ଘାଟିରେ ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ। ରବିବାର ସନ୍ଧ୍ୟାରେ ଅନୁଭୂତ ହୋଇଥିବା ଭୂକମ୍ପରେ କୌଣସି ପ୍ରକାରର ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଏହାପୂର୍ବରୁ ଶନିବାର ଜମ୍ମୁ କାଶ୍ମୀରର ପହଲଗାମରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

କୋରୋନା ସଙ୍କଟର ସମ୍ମୁଖୀନ ହେଉଥିବା ଦେଶର ଅନେକ ସ୍ଥାନରେ ଆଜିକାଲି ଭୂମିକମ୍ପରେ ଅନୁଭୂତ ହୋଇଛି। ଉତ୍ତର ପୂର୍ବର ପ୍ରାୟ ସମସ୍ତ ରାଜ୍ୟରେ କ୍ରମାଗତ ଭୂମିକମ୍ପ ନେଇ ଖବର ସାମ୍ନାକୁ ଆସୁଛି। ଏଥି ସହିତ ଉତ୍ତର ଭାରତରେ କିଛି ଦିନ ପୂର୍ବରୁ ଜମ୍ମୁ କାଶ୍ମୀର, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଗୁଜରାଟରେ ଭୂକମ୍ପ ଅନୁଭୂତ ହୋଇଥିଲା।

ABOUT THE AUTHOR

...view details