ଗାନ୍ଧୀନଗର: ଆଜି (ଗୁରୁବାର) ଗୁଜୁରାଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଦ୍ବାରକା ଠାରୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ 223 କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 5.0 ରହିଥିବା ରେର୍କଡ କରାଯାଇଛି । ତେବେ ଏଥିରେ କିଛି କ୍ଷୟକ୍ଷତିର ସୂଚନା ମିଳି ପାରିନାହିଁ ।
ଦୀପାବଳିରେ ଥରିଲା ଗୁଜୁରାଟ - gujurat
ଗୁଜୁରାଟର ଦ୍ବାରକା ଅଞ୍ଚଳରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା 5.0 । କୌଣସି କ୍ଷୟକ୍ଷତିର ନାହିଁ ସୂଚନା । ଅଧିକ ପଢନ୍ତୁ...
ଗୁଜୁରାଟରେ 5.0 ତୀବ୍ରତାର ଭୂକମ୍ପ ଅନୁଭୂତ
ଅପରାହ୍ନ 3.15 ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଅଫ୍ ସେସମୋଲୋଜି (NCS) । ତେବେ ବର୍ତ୍ତମାନ ଦ୍ବାରକା ଉପକୂଳରେ କୌଣସି ସୁନାମି ଆଶଙ୍କା ନଥିବା ମଧ୍ୟ ରାଜ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି।
@ANI