ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ପିସିଆର ଭ୍ୟାନ ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଏଏସଆଇ । ପିସିଆର ଭ୍ୟାନ ପଶ୍ଚିମ ଦିଲ୍ଲୀର ଜଖିରା ଫ୍ଲାଏ ଓଭର ନିକଟରେ ରହିଥିବାବେଳେ ସେଠାରେ ହିଁ ସେ ନିଜକୁ ଗୁଳି କରିଥିବା ଜଣାପଡିଛି ।
ପିସିଆର ଭ୍ୟାନରେ ନିଜକୁ ଗୁଳି କଲେ ପୋଲିସ ASI - ASI in Delhi Police died
ଦିଲ୍ଲୀ ପୋଲିସର ଜଣେ ଅଧିକାରୀଙ୍କ ଆତ୍ମହତ୍ୟା । ପିସିଆର ଭ୍ୟାନ ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଏଏସଆଇ । ଅଧିକ ପଢନ୍ତୁ...

ପିସିଆର ଭ୍ୟାନରେ ନିଜକୁ ଗୁଳି କଲେ ପୋଲିସ ASI
ଆଜି ସକାଳୁ ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ଜଣେ ASI ନିଜ ଛାତିକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମୃତ ପୋଲିସ କର୍ମଚାରୀଙ୍କ ବୟସ 50 ବର୍ଷ । ପିଏସଆର ଭ୍ୟାନର ଅନ୍ୟ କର୍ମଚାରୀଙ୍କ ବାହାରେ ଥିବା ସମୟରେ ସେ ଆତ୍ମହତ୍ୟା କରିଥିଲେ । ଗୁଳିର ଶବ୍ଦ ଶୁଣି ଅନ୍ୟ କର୍ମଚାରୀ ଆସି ଧାଇଁ ଆସିଥିଲେ । ଏଏସଆଇଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ପୋଲିସ ଏଏସଆଇଙ୍କ ଏଭଳି ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।