ପାଟନା: ସେନାର ଜଣେ ଯବାନଙ୍କୁ ଗୁଳି କରି ହତ୍ୟା (Army jawan killed in Bihar) କରିଛନ୍ତି ଲୁଟ କରିବାକୁ ଆସିଥିବା ଦୁର୍ବୃତ୍ତ । ବିହାର ରାଜଧାନୀ ପାଟନା ନିକଟବର୍ତ୍ତୀ କନକରବାଗ ଥାନା ଅଞ୍ଚଳରେ ଆଜି ଏପରି ଏକ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତ ଯବାନ ଜଣଙ୍କ ଭାରତୀୟ ସେନାରେ କାର୍ଯ୍ୟରତ ବବୁଲ କୁମାର ବୋଲି ଜଣାପଡିଛି । ଲୁଟ ଉଦ୍ଦେଶ୍ୟରେ ଏକ ବାଇକରେ ଆସିଥିବା ଦୁଇ ଅଭିଯୁକ୍ତ ଏହି ଗୁଳିକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି ।
ଲୁଟ ଉଦ୍ୟମ ବେଳେ ସେନା ଯବାନଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ - ବିହାର ଖବର
ସେନା ଯବାନଙ୍କୁ ଗୁଳି କରି ହତ୍ୟା କଲେ ଲୁଟ ଉଦ୍ଦେଶ୍ୟରେ ଆସିଥିବା ଦୁର୍ବୃତ୍ତ । ପାଟନାରେ ଘଟିଛି ଏହି ହତ୍ୟାକାଣ୍ଡ । ଗୌହାଟୀ ଅଭିମୁଖେ ଯାତ୍ରା କରିବା ପାଇଁ ଷ୍ଟେସନ ଯାଉଥିଲେ ମୃତ ଯବାନ । ଅଧିକ ପଢନ୍ତୁ
ଲୁଟ କରିବାକୁ ଆସିଥିଲେ ଦୁର୍ବୃତ୍ତ, ଯବାନଙ୍କୁ ଗୁଳି କରି କଲେ ହତ୍ୟା
ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ 3ଟା ବେଳେ ଯବାନ ଜଣଙ୍କ ଗୌହାଟୀ ଅଭିମୁଖେ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବାକୁ ଯାଉଥିଲେ । ସେହି ସମୟରେ ବାଇକରେ ଆସିଥିବା ଦୁଇ ଅଭିଯୁକ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ (Army jawan shot dead) । ତେବେ ଉକ୍ତ ଦୁଇ ଦୁର୍ବୃତ୍ତ ଲୁଟ ଉଦ୍ୟମରେ ଆସିଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଯବାନ ବବୁଲଙ୍କର ମୃତ୍ୟୁ ଘଟିଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ