ବେଙ୍ଗାଲୁରୁ:ପୁରୁଷ ବନ୍ଧୁଙ୍କୁ ଭେଟିବା ପାଇଁ ଦୁବାଇରୁ ଆସି ଆପାର୍ଟମେଣ୍ଟରୁ ଡେଇଁପଡ଼ିଲେ ପ୍ରେମିକା । ବେଙ୍ଗାଲୁରୁ ସ୍ଥିତ କୋରମଙ୍ଗଳ ଅଞ୍ଚଳ ଏକ ରେସିଡେନ୍ସିରେ ଏଭଳି ଏକ ଅଭାବନୀୟ ଘଟଣା ଘଟଛି । ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଡେଇଁ ଜୀବନ ହାରିଥିବା ପୋଲିସ ସୂଚନା ଦେଇଛି। ଯୁବତୀ ଜଣକ ହେଉଛନ୍ତି ୨୮ ବର୍ଷୀୟ ଅର୍ଚ୍ଚନା । ହିମାଚଳ ପ୍ରଦେଶର ମୂଳ ବାସିନ୍ଦା ଅଟନ୍ତି ।
ଅର୍ଚ୍ଚନା ବୃତ୍ତିରେ ଜଣେ ଏୟାର ହୋଷ୍ଟେସ ଅଟନ୍ତି । ଦୁବାଇରେ ଏକ ପ୍ରତିଷ୍ଠିତ ବିମାନ କମ୍ପାନୀରେ ସେ କାର୍ଯ୍ୟରତ ଥିଲେ । ବେଙ୍ଗାଲୁରୁରେ ଏକ ସଫ୍ଟୱେୟାର କମ୍ପାନୀରେ କାର୍ଯ୍ୟରତ ତାଙ୍କ ପୁରୁଷ ବନ୍ଧୁ ଆଦେଶଙ୍କୁ ଭେଟିବା ପାଇଁ ଦୁବାଇରୁ ଆସିଥିଲେ ଅର୍ଚ୍ଚନା । ଆଦେଶ ମାଙ୍ଗାଲୁରୁ ନିବାସୀ ହୋଇଥିବା ବେଳେ ବେଙ୍ଗାଲୁରୁରେ ଆସି ରହୁଛନ୍ତି । ଗତ ୬ ମାସ ଧରି ଦୁହେଁ ପ୍ରେମ ସମ୍ପର୍କରେ ଥିଲେ । ତେଣୁ ପୁରୁଷ ବନ୍ଧୁଙ୍କୁ ଭେଟିବା ପାଇଁ ସେ ବେଙ୍ଗାଲୁରୁ ଆସିଥିଲେ । ଏହି ସମୟରେ ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ ହୋଇଥିଲା । ଏହା ପରେ ଏହି ଅଘଟଣ ଘଟିଥିଲା । ଅର୍ଚ୍ଚନା ଉକ୍ତ ଆପାର୍ଟମେଣ୍ଟର ଚାରି ମହଲାରୁ ଡେଇଁପଡ଼ିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।