ଗୌହାଟୀ:ପଞ୍ଜାବ ପୋଲିସ ଦ୍ବାରା ଗିରଫ ହେବା ପରେ ଅମ୍ରିତପାଲ ସିଂ ଏବେ ଆସାମ ଦିବ୍ରୁଗଡ ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛି । ଏହାରି ଭିତରେ ଗତକାଲି(ଗୁରୁବାର) ଅମ୍ରିତପାଲକୁ ତା'ର ପରିବାର ଲୋକେ ଭେଟିଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମ୍ରିତପାଲ ସମେତ ଜେଲ୍ରେ ଥିବା ୧୦ ଜଣ ଖଲିସ୍ତାନୀ ନେତା ନିଜ ପରିବାର ସଦସ୍ୟ ଓ ଓକିଲଙ୍କୁ ସାକ୍ଷାତ କରିଛନ୍ତି । ଏହି ଭେଟଘାଟ ସମୟରେ ଅମ୍ରିତପାଲ ନିଜ ଦ୍ବାରା ଲିଖିତ ଏକ ଚିଠି ଓକିଲ ଭଗୱନ୍ତ ସିଂହ ସିୟଲକାଙ୍କୁ ଦେଇଛି । ଉକ୍ତ ଚିଠିରେ ଗୋଟିଏ ସ୍ବତନ୍ତ୍ର କମିଟି ଗଠନ କରିବାକୁ ଖଲିସ୍ତାନୀ ନେତା ନିଜ ଓକିଲଙ୍କୁ ଜଣାଇଛି ।
ଏହା ବି ପଢ଼ନ୍ତୁ:ବିବାହର 2 ଦିନ ପରେ ପ୍ରେମିକ ସହ ଗପୁଥିଲେ ନବବଧୂ, ଏସିଡ୍ ପକାଇଦେଲେ ଶାଶୁଘର
ଅମ୍ରିତପାଲ ଦ୍ବାରା ଲିଖିତ ଚିଠି ମୁତାବକ, ଓକିଲଙ୍କ ମାଧ୍ୟମରେ ଏକ ସ୍ବତନ୍ତ୍ର କମିଟି ଗଠନ ହେବ । ଏହି କମିଟି ଆଗାମୀ ସମସ୍ତ ନ୍ୟାୟିକ ପ୍ରକ୍ରିୟା ସଞ୍ଚାଳନ କରିବ । ଯାହାବି ଆଇନଗତ ପ୍ରକ୍ରିୟା ରହିଛି ସେସବୁ ଏହି କମିଟି ତୁଲାଇବ । ଅନ୍ୟ କୌଣସି ସଂଘ କିମ୍ବା ସମିତି ଏହି କାର୍ଯ୍ୟ କରିବେ ନାହିଁ । ଖଲିସ୍ତାନୀ ନେତାର ଓକିଲ ସିୟଲକା କହିଛନ୍ତି, ଜେଲ୍ ନିୟମ ଅନୁସାରେ ଅମ୍ରିତପାଲ ସିଂହ ସମସ୍ତ ସୁବିଧା ଉପଭୋଗ କରୁଛନ୍ତି । ସେ ଜେଲ୍ରେ ଭଲରେ ଅଛନ୍ତି ।