ଓଡିଶା

odisha

ETV Bharat / bharat

ରବିବାର ହରିୟାଣାରେ ରାତି କାଟିଛି ଅମ୍ରିତପାଲ ! ଆଶ୍ରୟ ଦେଇଥିବା ମହିଳା ଗିରଫ - ପଞ୍ଜାବ ପୋଲିସ

ପୋଲିସ ହାତରେ ଚାଞ୍ଚଲ୍ୟକର ତଥ୍ୟ । ରବିବାର ଠାରୁ ପଞ୍ଜାବରୁ ହରିୟାଣା ପଳାଇଛି ଅମ୍ରିତପାଲ ସିଂ । ଆଶ୍ରୟ ଦେଇଥିବା ମହିଳା ସହଯୋଗୀଙ୍କୁ ଗିରଫ କରି ଜେରା କରୁଛି ପୋଲିସ । ଅଧିକ ପଢନ୍ତୁ

ରବିବାର ଠାରୁ ପଞ୍ଜାବରୁ ହରିୟାଣା ଫେରାର ହୋଇଛି ଅମ୍ରିତପାଲ ସିଂ
ରବିବାର ଠାରୁ ପଞ୍ଜାବରୁ ହରିୟାଣା ଫେରାର ହୋଇଛି ଅମ୍ରିତପାଲ ସିଂ

By

Published : Mar 23, 2023, 6:32 PM IST

ଚଣ୍ଡିଗଡ:ଏବେସୁଦ୍ଧା ମଧ୍ୟ ପଳାତକ ଘୋଷିତ ଖଲିସ୍ତାନୀ ସମର୍ଥବାଦୀ ଗୋଷ୍ଠୀ ନେତା ଅମ୍ରିତପାଲ ସିଂର ଫେରାର ନେଇ ପୋଲିସ ପାଖରେ କୌଣସି ସୂଚନା ନାହିଁ । ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅମ୍ରିତପାଲ ଏବେ ପଞ୍ଜାବ ନୁହେଁ, ହରିୟାଣାରେ ଲୁଚିଛି । ସେ ରବିବାର ଠାରୁ ପଞ୍ଜାବ ସୀମା ଡେଇଁ ହରିୟାଣା ଫେରାର ହୋଇଯାଇଥିବା ଜଣାପଡିଛି । ରବିବାର ରାତିରେ ସେ ପଞ୍ଜାବ ସୀମାରେ ଜଣେ ମହିଳା ସହଯୋଗୀର ଘରେ ଆଶ୍ରୟ ନେଇଥିଲା ଓ ପରେ ସେ ହରିୟାଣା ପଳାଇଯାଇଥିବା ସୂଚନା ମିଳିଛି । ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରି ଜେରା କରୁଛି । ତା ନିକଟରୁ ମିଳିଥିବା ସୂଚନା ଅନୁସାରେ ଅମ୍ରିତପାଲ ଏବେ ପଞ୍ଜାବ ଛାଡିସାରିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ମହିଳାଙ୍କ ନାମ ବଲଜିତ କୌର । ସେ ହିଁ ରବିବାର ରାତିରେ ଅମ୍ରିତପାଲ ସିଂକୁ ନିଜ ଘରେ ଆଶ୍ରୟ ଦେଇଥିଲା । ମହିଳାଙ୍କୁ ପ୍ରାଥମିକ ଜେରା କରାଯିବା ପରେ, ସେ ସୂଚନା ଦେଇଛି ଯେ, ଅମ୍ରିତପାଲ ତାର ଜଣେ ସହଯୋଗୀ ପାପଲପ୍ରୀତ ସିଂ ନାମକ ଯୁବକ ସହ ଏକ ସ୍କୁଟରରେ ସୀମାପାର କରିଛି । ମହିଳାଙ୍କ ସୂଚନା ପରେ ଉଭୟ ହରିୟାଣାରେ କେଉଁଠାରେ ଆତ୍ମଗୋପନ କରିଥିବା ନେଇ ସୂଚନା ଏକପ୍ରକାର ସ୍ପଷ୍ଟ ହୋଇଛି । ଏହି ଅଭିଯାନରେ ପଞ୍ଜାବ ପୋଲିସ ହରିୟାଣା ପୋଲିସର ସହଯୋଗ ମଧ୍ୟ ନେଇପାରେ । ହେଲେ ଅପରେସନରେ ସେପରି କିଛି ଦିଗକୁ ପରିବର୍ତ୍ତନ ହେବା ନେଇ ପଞ୍ଜାବ ପୋଲିସ କିଛି ସୂଚନା ଦେଇନାହିଁ ।


ଆଜି ଅମ୍ରିତପାଲର ଅନ୍ୟ ଜଣେ ସଶସ୍ତ୍ର ଅଙ୍ଗରକ୍ଷୀକୁ ମଧ୍ୟ ପୋଲିସ ଗିରଫ କରିଛି । ଲୁଧିଆନା ମଙ୍ଗେଓ୍ବାଲ ଅଞ୍ଚଳର ତାଜିନ୍ଦର ସିଂ ଗିଲ୍‌ ନାମକ ଏହି ଯୁବକ ଅମ୍ରିତପାଲର ଅଙ୍ଗରକ୍ଷୀ ଭାବେ ତା ସହ ସର୍ବଦା ନଜର ଆସୁଥିଲା । ତେବେ ଅମ୍ରିତପାଲ ଏବେ କେଉଁଠି ଆତ୍ମଗୋପନ କରିଛି ସେ ନେଇ ତା ନିକଟରେ କିଛି ସୂଚନା ଥାଇପାରେ ବୋଲି ମଧ୍ୟ ପୋଲିସ ସନ୍ଦେହ କରୁଛି । ଅନ୍ୟପଟେ ଅଜନଲା ଥାନା ଆକ୍ରମଣରେ ସାମିଲ ଥିବା ଅମ୍ରିତପାଲ ସଂଗଠନର ଏକାଧିକ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ସମସ୍ତ 10 ଅଭିଯୁକ୍ତଙ୍କୁ 2 ଦିନିଆ ପୋଲିସ ରିମାଣ୍ଡକୁ ପଠାଇଛନ୍ତି କୋର୍ଟ ।

ବ୍ୟାପକ ପୋଲିସ ସୁରକ୍ଷା ଓ ସମ୍ପୂର୍ଣ୍ଣ ପୂର୍ବ ପ୍ରସ୍ତୁତିରେ ଅପରେସନ ଆରମ୍ଭ ହେବା ସତ୍ତ୍ବେ ମଧ୍ୟ ଅମ୍ରିତପାଲ କିପରି ପୋଲିସ ହାତରୁ ଖସିବାକୁ ସଫଳ ହେଲା ,ସେନେଇ ପୋଲିସ ଏବେ ସନ୍ଦେହ ପରିସରରେ । ପଞ୍ଜାବ ପୋଲିସର କାର୍ଯ୍ୟଶୈଳୀ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପଞ୍ଜାବ-ହରିୟାଣା ଉଚ୍ଚ ନ୍ଯାୟାଳୟ । ଏହା ସମ୍ପୂର୍ଣ୍ଣ ଗୁଇନ୍ଦା ବିଭାଗର ବିଫଳତା ବୋଲି ମଧ୍ୟ କୋର୍ଟ କହିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details