ଶ୍ରୀନଗର:ସୀମାରେ ଆତଙ୍କବାଦଙ୍କ ଗ୍ରେନେଡ ମାଡ । ଶନିବାର ଶ୍ରୀନଗରର ବାରବାରଶାହାରେ ଗ୍ରେନେଡ ମାଡରେ ଚାରିଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଏନେଇ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷକୁ ସୂଚନା ମିଳିଛି ।
ଶନିବାର ସଂନ୍ଧ୍ୟା ଏହି ଘଟଣା ଘଟିଛି । ଜାମ୍ମୁ କାଶ୍ମୀର ପୋଲିସ ଓ ସିଆରପିଏଫଙ୍କ ଏକ ମିଳିତ ପାର୍ଟୋଲ ପାର୍ଟି ଉପରେ ଆତଙ୍କବାତୀମାନେ ଗ୍ରେନେଡ ମାଡ କରିଥିଲେ । ଯେଉଁଥିରେ 4ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଗ୍ରେନେଡଟି ରାସ୍ତରେ ବିସ୍ଫୋରଣ ହୋଇଥିଲା । ଆଇନ ସମ୍ପୃକ୍ତ ବିଭାଗ ଅଧୀନରେ ଏହି ଘଟଣା ନେଇ ଏକ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।