ଲକ୍ଷ୍ନୌ:ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ୨୦୧୭ ଭଳି ୨୦୨୨ ନିର୍ବାଚନରେ ମଧ୍ୟ ବାଜିମାତ୍ କରିବାକୁ ଦାବି କରିଛି ବିଜେପି । ନିର୍ବାଚନୀ ନଦୀ ପାର୍ ହେବାକୁ ପୁରା ଜୋର ମଧ୍ୟ ଲଗାଇଛି ପାର୍ଟି । ଲଗାତାର ଦଳର ତୁଙ୍ଗ ନେତାମାନେ ଉତ୍ତରପ୍ରଦେଶ ଗସ୍ତ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରପ୍ରଦେଶ ଗସ୍ତ ପରେ ଏବେ ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଦୁଇ ଦିନିଆ ରାଜ୍ୟ ଗସ୍ତ କରିବେ ।
ଆସୁଛି ୟୁପି ନିର୍ବାଚନ, ଦୁଇ ଦିନିଆ ଗସ୍ତରେ ଯିବେ ଅମିତ ଶାହ - ଅମିତ ଶାହ ୟୁପି ଗସ୍ତ
ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଦଳର ବିଜୟ ସୁନିଶ୍ଚିତ କରିବାକୁ ଦୁଇ ଦିନିଆ ଉତ୍ତରପ୍ରଦେଶ ଗସ୍ତ କରିବେ ଅମିତ ଶାହ । ଅଧିକ ପଢନ୍ତୁ...
ଅମିତ ଶାହ ଆସନ୍ତା ୨୯ ତାରିଖ ଦିନ ଲକ୍ଷ୍ନୌରେ ପହଞ୍ଚିବେ । ସେଠାରେ ସେ ଦଳର ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା କରିବେ । ଶାହାଙ୍କ ଏହି ଗସ୍ତ ନିର୍ବାଚନ ଦୃଷ୍ଟିରୁ ବହୁ ଗୁରୁତ୍ବ ବହନ କରିବା ନେଇ କୁହାଯାଉଛି । ଯଦି ପିଏମ ମୋଦି ପୂର୍ବାଞ୍ଚଳ ନିର୍ବାଚନୀ ଅଭିଯାନକୁ ଗୁରୁତ୍ବ ଦେବେ ତେବେ ଅମିତ ଶାହ ଅୱଧ(Awadh) ଅଞ୍ଚଳରେ ବିଜେପିର ରାଜନୈତିକ ସମୀକରଣ ସଂଶୋଧନ କରିବାକୁ ଚେଷ୍ଟା କରିବେ ।
ଏହି ଦୁଇ ଦିନିଆ ଗସ୍ତ ଅବସରରେ ଶାହା ସଙ୍ଗଠନର ପଦାଧିକାରୀଙ୍କ ସହ ବୈଠକ କରିବେ ଏବଂ ଜନପ୍ରତିନିଧିମାନଙ୍କ ସହ ମିଶି ପୁରା ରାଜ୍ୟର ଫିଡବ୍ୟାକ୍ ନେବେ । ସେ ସଦସ୍ୟତା ଅଭିଯାନ ଆରମ୍ଭ କରିବେ ଏବଂ ଦଳିତ ଓ ପଛୁଆ ବର୍ଗଙ୍କୁ ପାର୍ଟି ସହିତ ଯୋଡି ରଖିବା ଉପରେ ଫୋକସ କରିବେ ବୋଲି କୁହାଯାଉଛି ।