ଓଡିଶା

odisha

ETV Bharat / bharat

ଆସନ୍ତାକାଲି ଗୁଜୁରାଟ ଯିବେ ଶାହା; ବିକାଶମୂଳକ ପ୍ରକଳ୍ପର କରିବେ ଉଦଘାଟନ - ଗୁଜୁରାଟ ଯିବେ ଶାହା

ଆସନ୍ତାକାଲି(ସୋମବାର) ନିଜ ରାଜ୍ୟ ଗୁଜୁରାଟ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେଠାରେ ସେ କିଛି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ନେଇ ସୂଚନା ମିଳିଛି । ଅଧିକ ପଡନ୍ତୁ...

ଆସନ୍ତାକାଲି ଗୁଜୁରାଟ ଯିବେ ଶାହା
ଆସନ୍ତାକାଲି ଗୁଜୁରାଟ ଯିବେ ଶାହା

By

Published : Jun 20, 2021, 8:30 AM IST

ଗାନ୍ଧୀନଗର: ଆସନ୍ତାକାଲି(ସୋମବାର) ନିଜ ରାଜ୍ୟ ଗୁଜୁରାଟ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେଠାରେ ସେ କିଛି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏଠାରେ ଉପସ୍ଥିତ ରହିବେ । ଯଦିଓ ଏହା ନିଶ୍ଚିତ ହୋଇନାହିଁ ତେବେ ଆମେ ଆଶା କରୁଛୁ ମଙ୍ଗଳବାର ବି ଶାହା ଉପସ୍ଥିତ ରହିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ୟମଲା ଭୟାସ । ମିଳିଥିବା ସୂଚନାଅନୁସାରେ, ଗାନ୍ଧୀନଗରରେ ଦୁଇଟି ଫ୍ଲାଏ ଓଭରର ଶୁଭାରମ୍ଭ କରିବେ ଶାହା । ଗୋଟିଏ ସର୍ଖଜ ଗାନ୍ଧୀନଗର ରାଜପଥରେ ହୋଇଥିବାବେଳେ ଅନ୍ୟଟି ବୈଷ୍ଣୋଦେବୀ ଖୋର୍ଜା ନିକଟରେ ଉଦଘାଟିତ ହେବ । ଏହି ଦୁଇଟି ଫ୍ଲାଏ ଓଭର ଏସଜି ରୋଡରେ ଟ୍ରାଫିକ ସମସ୍ୟାକୁ ହ୍ରାସ କରିବ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ଉପମୁଖ୍ୟମନ୍ତ୍ରୀ ନିତୀନ ପଟେଲ ଉପସ୍ଥିତ ରହିବେ ।

ଏହା ପରେ ସମୟ 11ଟାରେ କାଲୋଲରେ ନୂତନ ଭାବେ ନିର୍ମିତ APMC କାର୍ଯ୍ୟାଳୟର ଉଦଘାଟନ କରିବେ ଶାହା । ଏହା ସହିତ ଚାଲିଥିବା ଟୀକାକରଣ ଡ୍ରାଇଭକୁ ବୃଦ୍ଧି କରିବା ପାଇଁ ନିଜ ନିର୍ବାଚନମଣ୍ଡଳୀ ଗାନ୍ଧୀନଗରରେ ଥିବା ଟୀକାକରଣ କେନ୍ଦ୍ର ପରିଦର୍ଶନ କରିବେ । ଆଦର୍ଶ ସନସାଦ ଗ୍ରାମ ଯୋଜନା ଅନୁସାରେ ନିଜ ପୋଷ୍ୟ ଗ୍ରାମ କୋଲାବାଦ ଓ ରୁପଲ ଗ୍ରାମ ପରିଦର୍ଶନ କରିବେ ଶାହା । ସେଠାକାର ବିଦ୍ୟାଳୟଗୁଡିକରେ ଚାଲିଥିବା ଟୀକାକରଣର ତଦାରଖ କରିବେ ଗୃହମନ୍ତ୍ରୀ । ରୁପଲରେ ଥିବା ଶକ୍ତିପୀଠ ଭର୍ଦ୍ଦିନୀ ମାତାଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details