ନୂଆଦିଲ୍ଲୀ: ଆଜି ଶହୀଦ ବୀର ଯବାନଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି । ଛତିଶଗଡର ସୁକମା-ବିଜାପୁର ସୀମାରେ ନକ୍ସଲଙ୍କ ସାଙ୍ଘାତିକ ଷଡଯନ୍ତ୍ରର ଶିକାର ହୋଇ ପ୍ରାଣ ହରାଇଛନ୍ତି 22 ଯବାନ । ଏନେଇ ଆଜି ବିଜାପୁର ଗସ୍ତ କରିବେ ଅମିତ ଶାହ । ଘଟଣାସ୍ଥଳର ପରିଦର୍ଶନ କରିବା ସହ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ଏହା ସହ ଆହତ ଯବାନଙ୍କୁ ହସ୍ପିଟାଲ ଯାଇ ଭେଟିବେ ।
ଶନିବାର ନକ୍ସଲଙ୍କ ଆକ୍ରମଣରେ 22 ଜଣ ଯବାନ ଶହୀଦ ହେବା ସହ 31 ଯବାନ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ବି ଜଣେ ଯବାନ ନିଖୋଜ ଅଛନ୍ତି । ତେବେ ଏହି ଆକ୍ରମଣ ପରେ ଆଲର୍ଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଆଉ ମାଓବାଦୀଙ୍କୁ କଡା ଜବାବ ଦେବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି ।