ନୂଆଦିଲ୍ଲୀ:ବିଭିନ୍ନ ସ୍ଥାନରେ ଲୋକଙ୍କୁ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି ଦେଉଛନ୍ତି କେନ୍ଦ୍ର ସରକାର । ଆଜି(ବୁଧବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜ ନିର୍ବାଚନୀମଣ୍ଡଳୀ ଗାନ୍ଧୀନଗରକୁ ୪୯.୩୬ କୋଟିର ପ୍ରକଳ୍ପ ଭେଟି ଦେବେ (Amit Shah to virtually lay foundation stone of developmental projects) । ଭିସି ଯୋଗେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ଗୃହମନ୍ତ୍ରୀ ଅମିତ ଶାହା । ଅପରାହ୍ନ ୧ଟା ୨୦ରେ ଏହି କାର୍ଯ୍ୟକ୍ରମ ହେବା ବୋଲି ସୂଚନା ମିଳିଛି ।
କାର୍ଯ୍ୟକ୍ରମ ପରେ ଆସନ୍ତାକାଲି ଅର୍ଥାତ ଗୁରୁବାର ଉତ୍ତରପ୍ରଦେଶ ଗସ୍ତରେ ଯିବେ ଗୃହମନ୍ତ୍ରୀ । ସେଠାରେ ବାରଣାସୀରେ ସଙ୍କଟ ମୋଚନ ମନ୍ଦିରରେ ପ୍ରଭୁ ହନୁମାନଙ୍କୁ ଦର୍ଶନ କରିବେ । ଏହାପରେ ବିଜେପିର ଏକ ରାଲିକୁ ସମ୍ବୋଧନ କରିବା ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ ।