ଓଡିଶା

odisha

By

Published : Nov 30, 2021, 9:01 PM IST

ETV Bharat / bharat

ଡିସେମ୍ବର 4ରେ ଶାହଙ୍କ ରାଜସ୍ଥାନ ଗସ୍ତ, ସୀମାରେ BSF କ୍ୟାମ୍ପରେ କାଟିବେ ରାତି

ଡିସେମ୍ବର 4 ଓ 5 ତାରିଖରେ ଦୁଇ ଦିନିଆ ରାଜସ୍ଥାନ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah to visit rajasthan ) । BSF କ୍ୟାମ୍ପରେ ରାତ୍ରୀଯାପନ କରିବା ସହ ସୀମାରେ ରାତ୍ରୀକାଳୀନ ସୁରକ୍ଷାର କରିବେ ସମୀକ୍ଷା । ଅଧିକ ପଢନ୍ତୁ

ଡିସେମ୍ବର ୪ରେ ଅମିତ ଶାହଙ୍କ ରାଜସ୍ଥାନ ଗସ୍ତ, ସୀମାରେ BSF କ୍ୟାମ୍ପରେ କାଟିବେ ରାତି
ଡିସେମ୍ବର ୪ରେ ଅମିତ ଶାହଙ୍କ ରାଜସ୍ଥାନ ଗସ୍ତ, ସୀମାରେ BSF କ୍ୟାମ୍ପରେ କାଟିବେ ରାତି

ନୂଆଦିଲ୍ଲୀ: ଆସନ୍ତା ମାସ (ଡିସେମ୍ବର) 4 ରୁ 5 ମଧ୍ୟରେ ରାଜସ୍ଥାନ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah to visit rajasthan )। ଏହି ଗସ୍ତ ସମୟରେ ଗୃହମନ୍ତ୍ରୀ ଭାରତ-ପାକ ସୀମା (Indo-pak border)ରେ ଥିବା ଏକ ଭାରତୀୟ ପୋଷ୍ଟରେ BSF ଅଧିକାରୀ ଓ ଯବାନଙ୍କ ସହ ରାତ୍ରୀଯାପନ କରିବେ ବୋଲି ସୂଚନା ଦେଇଛି ଗୃହ ମନ୍ତ୍ରଣାଳୟର (Home ministry) ।

ଡିସେମ୍ବର 4 ରେ ଗୃହମନ୍ତ୍ରୀ ରାଜସ୍ଥାନର ଜୈସଲମେର ପରିଦର୍ଶନ କରିବା ସହ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ଦାୟିତ୍ବରେ ଥିବା BSF ଅଧିକାରୀଙ୍କ ସହ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବେ।

ସୂତ୍ରରୁ ପ୍ରକାଶ ଯେ, ଶାହ ଡିସେମ୍ବର 4 ରେ ଜୈସଲମେରରେ ପହଞ୍ଚିବା ପରେ ଦେଶର ପଶ୍ଚିମ ସୀମା ସୁରକ୍ଷା ସମୀକ୍ଷା କରିବେ ଏବଂ BSF କର୍ମଚାରୀଙ୍କ ସହିତ ରାତ୍ରୀଯାପନ କରିବା ସହ ରାତ୍ରୀକାଳୀନ ସୁରକ୍ଷାର ମଧ୍ୟ ସମୀକ୍ଷା କରିବେ । ପ୍ରଥମ ଥର ଗୃହମନ୍ତ୍ରୀ ଆନ୍ତର୍ଜାତୀୟ ସୀମା ନିକଟରେ BSF କ୍ୟାମ୍ପରେ ରାତି କଟାଇବେ। ସେହିପରି ଡିସେମ୍ବର 5 ତାରିଖ ସକାଳେ ଗୃହମନ୍ତ୍ରୀ BSF's Raising Day event ରେ ଯୋଗଦେବେ ଏବଂ ପରେ ଜୟପୁର ଅଭିମୁଖେ ଯାତ୍ରା କରିବେ ।

ଡିସେମ୍ବର 1, 1965 ରେ ପ୍ରତିଷ୍ଠିତ ହୋଇଥିବା ବିଏସଏଫ ପୂର୍ବରୁ ଦିଲ୍ଲୀରେ ଏହାର ରାଇଜିଂ ଡେ (BSF's Raising Day event ) ପାଳନ କରୁଥିଲା । ଭାରତ-ପାକିସ୍ତାନ ଏବଂ ଭାରତ-ବାଂଲାଦେଶ ସୀମା ରକ୍ଷା କାର୍ଯ୍ୟରେ ସମର୍ପିତ ସୀମା ସୁରକ୍ଷା ବଳ, କାଶ୍ମୀର ଉପତ୍ୟକା, ଉତ୍ତର ପୂର୍ବ ଅଞ୍ଚଳର ସୁରକ୍ଷା, ଓଡିଶା ଏବଂ ଛତିଶଗଡ ରାଜ୍ୟରେ ମାଓ-ବିରୋଧୀ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

ଶାହ ତାଙ୍କ ଦୁଇ ଦିନିଆ ଜୟପୁର ଗସ୍ତରେ ଭାରତୀୟ ଜନତା ପାର୍ଟିର ରାଜସ୍ଥାନ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଏବଂ ସାଂସଦ, ବିଧାୟକ, ଜିଲ୍ଲା ପ୍ରମୁଖ, ପଞ୍ଚାୟତ ସମିତି ସଦସ୍ୟ ଏବଂ ପ୍ରଧାନଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧୀଙ୍କ ସହ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବାନେଇ ମଧ୍ୟ ସୂଚନା ରହିଛି ।

@ANI

ABOUT THE AUTHOR

...view details