ଚଣ୍ଡିଗଡ: ଆଜି ଚଣ୍ଡିଗଡ ଗସ୍ତରେ ଆସି ଅପରାହ୍ନରେ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ (Sidhu Moosewala Murder) ପରିବାକୁ ଅପରାହ୍ନରେ ଭେଟିବେ ଗୃହମନ୍ତ୍ରୀ ଅମିତ ଶାହା । ପୁଅର ହତ୍ୟା ଘଟଣା ନେଇ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ କରିବାକୁ ଅମିତ ଶାହଙ୍କୁ ମୁସେୱାଲାଙ୍କ ପିତା ଦାବି କରିପାରନ୍ତି ବୋଲି କୁହାଯାଉଛି । ଏଥିସହ ଆଜି ପଞ୍ଜାବରେ BJP ନେତାଙ୍କ ସହ ଶାହା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁଯାୟୀ ମେ ୨୮ ତାରିଖ ଅପରାହ୍ନରେ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ସିଦ୍ଧୁ ତାଙ୍କ କାରରେ ଯାଉଥିବାବେଳେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ରାଉଣ୍ଡ ଗୁଳି ସିଦ୍ଧୁ ଓ ତାଙ୍କ ସହଯୋଗୀଙ୍କ ଉପରେ ଚଳାଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ସିଦ୍ଧୁଙ୍କ ପରିବାକୁ ଭେଟି ୧୫ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ନେଇ ପ୍ରତିଶୃତି ଦେଇଥିଲେ ।