ନୂଆଦିଲ୍ଲୀ:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି (ଶୁକ୍ରବାର) ଗ୍ରାମୀଣ ସମବାୟ ବ୍ୟାଙ୍କର ଦିନିକିଆ ଜାତୀୟ ସମ୍ମିଳନୀର ଉଦଘାଟନ କରିବେ । ଏହି ସମ୍ମିଳନୀ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ନ୍ୟାସନାଲ ଫେଡେରେସନ୍ ଅଫ୍ ଷ୍ଟେଟ୍ କୋଅପରେଟିଭ୍ ବ୍ୟାଙ୍କ (NAFSCOB) ଦ୍ବାରା ଆୟୋଜିତ ହୋଇଛି । ପ୍ରଦର୍ଶନ ଆଧାରରେ ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି) ଏବଂ ପିଏସିଏ ଚୟନ କରିବା ପାଇଁ ପ୍ରଦର୍ଶନ ପୁରସ୍କାର ପ୍ରଦାନ କରିବେ ଗୃହମନ୍ତ୍ରୀ ଅମିତ ଶାହ । 100 ବର୍ଷ ସେବା ପାଇଁ କିଛି ସ୍ବଳ୍ପ ମିଆଦି ସହଯୋଗୀ ଗ୍ରାମୀଣ ପ୍ରତିଷ୍ଠାନକୁ ସମ୍ମାନିତ କରିବା ନେଇ ସରକାରୀ ବିଜ୍ଞପ୍ତିରୁ ସୂଚନା ମିଳିଛି ।
କୃଷି ଓ ଗ୍ରାମାଞ୍ଚଳର ବିକାଶ ଉନ୍ନତି ପାଇଁ ସରକାର ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । କୃଷି ଭିତ୍ତିଭୂମିକୁ ସୁଦୃଢ କରିବାକୁ ସରକାରଙ୍କ ପୁଞ୍ଜି ବିନିଯୋଗ ବୃଦ୍ଧି ହୋଇଛି ଫଳରେ ସମବାୟ ସମିତିର ଭୂମିକା ଏବଂ ସମ୍ଭାବନା ବି ବଢିଛି । ଦେଶରେ ସ୍ବଳ୍ପ ମିଆଦି ସହଯୋଗୀ କ୍ରେଡିଟ ସଂଚରନାରେ 34 ଟି ରାଜ୍ୟ ସମବାୟ ବ୍ୟାଙ୍କ, 351ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବଂ 96,575 PACS (Primary Agricultural Credit Societies) ରହିଛି।