ଓଡିଶା

odisha

ETV Bharat / bharat

ଆଜି 415 କୋଟି AMUL ଦୁଗ୍ଧ ପ୍ରକଳ୍ପର ଶୁଭାରମ୍ଭ କରିବେ Amit Shah - ଗୁଜୁରାଟରେ ଅମିତ ଶାହା

ଆଜି ଗୁଜୁରାଟର ଗାନ୍ଧୀ ନଗରରେ 415 କୋଟି ଟଙ୍କା ବ୍ୟୟରେ ନିର୍ମିତ ଅମୁଲ ଦୁଗ୍ଧ ପ୍ରକଳ୍ପର (AMUL Dairy projects inaugurate) ଶୁଭାରମ୍ଭ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଅଧିକ ପଢନ୍ତୁ

ଆଜି 415 କୋଟିର ଅମୁଲ ଦୁଗ୍ଧ ପ୍ରକଳ୍ପ ଶୁଭାରମ୍ଭ କରିବେ  ଶାହା
ଆଜି 415 କୋଟିର ଅମୁଲ ଦୁଗ୍ଧ ପ୍ରକଳ୍ପ ଶୁଭାରମ୍ଭ କରିବେ ଶାହା

By

Published : Nov 28, 2021, 8:55 AM IST

ଗାନ୍ଧୀନଗର:ଆଜି ଗୁଜୁରାଟରେ 415 କୋଟି ମୂଲ୍ୟର ଅମୁଲ ଦୁଗ୍ଧ ପ୍ରକଳ୍ପ (Amul Dairy projects) ର ଶୁଭାରମ୍ଭ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା (Amit Shah) । ଗତକାଲି(ଶନିବାର) ସନ୍ଧ୍ୟାରେ ଗୁଜୁରାଟ ବିମାନ ବନ୍ଦରରେ ଅମିତ ଶାହା ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ । ତେବେ ଆଜି ଗୁଜୁରାଟର ଗାନ୍ଧିନଗରରେ 415 କୋଟି ଟଙ୍କା ବ୍ୟୟରେ ନିର୍ମିତ ଅମୁଲ ଦୁଗ୍ଧ ପ୍ରକଳ୍ପର ଏକ ନୂତନ ଦୁଗ୍ଧ ପାଉଡର କାରଖାନା, ପଲି ଫିଲ୍ମ ଉତ୍ପାଦନ କାରଖାନା ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ।

ଏଥି ସହ ଗାନ୍ଧିନଗରର ଏକ ନୂତନ ବଟର ଉତ୍ପାଦନ କାରଖାନା ଏବଂ ୨୩ କୋଟି ବ୍ୟୟରେ ଏକ ଉଚ୍ଚ-ବୈଷୟିକ ରୋବୋଟିକ୍ ହାଇ-ଟେକ୍ ଗୋଦାମ ଗୃହର ଉଦଘାଟନ କରିବେ | ଫଳରେ ବହୁ ସୁବିଧା ଉପଲବ୍ଧ ହେବା ସହ ଏଥିରେ ୫୦ଲକ୍ଷ ଲିଟର କ୍ଷୀର ଦିର୍ଘଦିନ ପାଇଁ ସରଂକ୍ଷଣ କରିହେବ । ଭୁପେନ୍ଦ୍ର ପଟେଲଙ୍କ ସହ ଗୁଜୁରାଟରୁ ଦୁଗ୍ଧ ଉତ୍ପାଦନକାରୀଙ୍କ ଏକ ସମାବେଶକୁ ମଧ୍ୟ ଶାହା ସମ୍ବୋଧିତ କରିବେ ।

ABOUT THE AUTHOR

...view details