ଓଡିଶା

odisha

ETV Bharat / bharat

ଆଜି ୧୦ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀଙ୍କ ବୈଠକ - ନକ୍ସଲ ସମୀକ୍ଷା

୧୦ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀଙ୍କ ବୈଠକ । ଏହି ବୈଠକରେ ରାଜ୍ୟରେ ବର୍ତ୍ତମାନ ନକ୍ସଲଙ୍କ ସ୍ଥିତି ଉପରେ ସମୀକ୍ଷା ସହ ସୁରକ୍ଷା ଉପରେ ଆଲୋଚନା କରାଯିବ । ଅଧିକ ପଢନ୍ତୁ...

ଆଜି ୧୦ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀଙ୍କ ବୈଠକ
ଆଜି ୧୦ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀଙ୍କ ବୈଠକ

By

Published : Sep 26, 2021, 7:18 AM IST

ନୂଆଦିଲ୍ଲୀ:ଆଜି ୧୦ ରାଜ୍ୟ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ଗୃହମନ୍ତ୍ରୀ ଅମିତ ଶାହା । ଏହି ବୈଠକରେ ରାଜ୍ୟରେ ବର୍ତ୍ତମାନ ନକ୍ସଲଙ୍କ ସ୍ଥିତି ଉପରେ ସମୀକ୍ଷା ସହ ସୁରକ୍ଷା ଉପରେ ଆଲୋଚନା କରାଯିବା । ବିକାଶ ପ୍ରସଙ୍ଗରେ ରୋଡମ୍ୟାପ ପ୍ରସ୍ତୁତ ନେଇ ମଧ୍ୟ ଚର୍ଚ୍ଚା କରାଯିବ । ବୈଠକରେ ଛତିଶଗଡ, ଝାଡଖଣ୍ଡ, ବିହାର, ଓଡିଶା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, କେରଳ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କିମ୍ବା ସେମାନଙ୍କ ପ୍ରତିନିଧୀମାନେ ଯୋଗେ ଦେବେ ।

ଏହାସହ ସେମାନଙ୍କ ରାଜ୍ୟରେ ସାମ୍ପ୍ରତିକ ପରିସ୍ଥିତି ଏବଂ ନକ୍ସଲଙ୍କ ଦମନ ନେଇ କଣ ସବୁ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ହୋଇଛି । ସେନେଇ ତଥ୍ୟ ଉପସ୍ଥାପନ କରିବେ । ଦିଲ୍ଲୀରେ ବିଜ୍ଞାନ ଭବନରେ ଏହି ଉଚ୍ଚସ୍ତରୀୟ ବୈଠକ ହେବ । କେନ୍ଦ୍ର ଛତିଶଗଡ ରାଜ୍ୟ ଉପରେ ନକ୍ସଲ ଅପରେସନକୁ ଜୋରଦାର କରିବା ପାଇଁ ଯୋଜନା କରୁଛି । କାହିଁକିନା ଛତିଶଗଡରେ ଗତ କିଛି ଦିନ ସୁରକ୍ଷାବାହିନୀଙ୍କ ଉପରେ ନକ୍ସଲଙ୍କ ଆକ୍ରମଣ ବଢୁଛି । ଯାହା ଉଭୟ ରାଜ୍ୟ ଓ କେନ୍ଦ୍ର ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।

ତେବେ, ଏହି ଉଚ୍ଚସ୍ତରୀୟ ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ନକ୍ସଲ ପ୍ରଭାବିତ ଅଞ୍ଚଳରେ କଣ ସମସ୍ୟା ରହିଛି ? ଏବଂ ନକ୍ସଲ ଦମନ ନେଇ କଣ ସବୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିହେବ । ସେ ନେଇ ଆଜି ଆଲୋଚନା କରାଯିବ । ସେପଟେ ବୈଠକରେ ଯୋଗ ଦେବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛନ୍ତି । ନୀତିଶ କୁମାର ନିଜ ରାଜ୍ୟର ନକ୍ସଲଙ୍କ ଉପଦ୍ରବ ସମସ୍ଯା ବୈଠକରେ ଉପସ୍ଥାପନ କରିବେ । 10ଟି ରାଜ୍ୟରେ ନକ୍ସଲଙ୍କ ବିରୋଧରେ ଚାଲିଥିବା ଅପରେସନକୁ ଗୃହମନ୍ତ୍ରୀ ମଧ୍ୟ ସମୀକ୍ଷା କରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details