ନୂଆଦିଲ୍ଲୀ: ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି (Internal Security Situation) ନେଇ ସମୀକ୍ଷା ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ(Amit Shah to chair High-Level IB Meet) । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପରିସ୍ଥିତିର ଆକଳନ କରିବା ପାଇଁ ଜାତୀୟ ରାଜଧାନୀରେ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବେ । କେନ୍ଦ୍ର ଓ ରାଜ୍ୟ ଏଜେନ୍ସି ଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ନିଆଯାଉଥିବା ପଦକ୍ଷେପକୁ ନେଇ ଆଲୋଚନା କରାଯିବ ।
ଏହା ମଧ୍ୟ ପଢନ୍ତୁ: କଟକରେ ଛାଡ଼ଖାଇ ମାଡ, ଉଠୁଛି ପଡୁଛି ଆମିଷ ବଜାର
ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,"ଗୃହମନ୍ତ୍ରୀ ସାମଗ୍ରିକ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ଦୃଷ୍ଟିଦେବା ସହ ଗୁପ୍ତଚର ସଂଗ୍ରହ ନେଟୱାର୍କ ଉପରେ ନଜର ରଖିବେ । ଏହାସହ ଅନାନ୍ୟ ଦିଗ ଗୁଡିକ ଉପର୍ ମଧ୍ୟ ନଜର ରଖାଯିବ । ଯାହା ଦ୍ୱାରା ଦେଶରେ ଆଭ୍ୟନ୍ତିରୀଣ ସୁରକ୍ଷା ସୁନିଶ୍ଚିତ ହେବ ।