ଓଡିଶା

odisha

ETV Bharat / bharat

ବିଜେପିର 'ସୋନାର ବାଙ୍ଗଲା ସଂକଳ୍ପ ପତ୍ର', ପ୍ରଥମ କ୍ୟାବିନେଟରେ ହେବ CAA ଲାଗୁ - ସୋନାର ବାଙ୍ଗଲା ସଂକଳ୍ପ ପତ୍ର

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ପତ୍ର ଜାରି କରିଛି ବିଜେପି । ସୋନାର ବାଙ୍ଗଲାର ସଂକଳ୍ପପତ୍ର ମହିଳାଙ୍କୁ ଚାକିରୀ କ୍ଷେତ୍ରରେ 33 ପ୍ରତିଶତ ସଂରକ୍ଷଣ ସହ ପ୍ରଥମ କ୍ୟାବିନେଟରେ ସିଏଏ ଲାଗୁ ନେଇ ଦାବି ହୋଇଛି । ଅଧିକ ପଢନ୍ତୁ...

ବିଜେପିର 'ସୋନାର ବାଙ୍ଗଲା ସଂକଳ୍ପ ପତ୍ର', ପ୍ରଥମ କ୍ୟାବିନେଟରେ ହେବ CAA ଲାଗୁ
ବିଜେପିର 'ସୋନାର ବାଙ୍ଗଲା ସଂକଳ୍ପ ପତ୍ର', ପ୍ରଥମ କ୍ୟାବିନେଟରେ ହେବ CAA ଲାଗୁ

By

Published : Mar 21, 2021, 7:47 PM IST

କୋଲକାତା: ପଶ୍ଚିମବଙ୍ଗରେ ବିଜୟ ଧ୍ବଜା ଉଡାଇବାକୁ ନିଜର ସମସ୍ତ ଶକ୍ତି ଲଗାଇଥିବା ଭାରତୀୟ ଜନତା ପାର୍ଟି ବିଧାନସଭା ନିର୍ବାଚନ ପାଇଁ ଜାରି କରିଛି ନିଜର ଘୋଷଣା ପତ୍ର । ଏହା ସୋନାର ବାଙ୍ଗଲାର ସଂକଳ୍ପ ପତ୍ର ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ବିଜେପିର ସଂକଳ୍ପପତ୍ରରେ ମୁଖ୍ୟ ବିନ୍ଦୁ

  • ମହିଳାଙ୍କୁ ଚାକିରୀ କ୍ଷେତ୍ରରେ 33 ପ୍ରତିଶତ ସଂରକ୍ଷଣ
  • ଚାଷୀଙ୍କୁ କିସାନ ସମ୍ମାନ ନିଧିର ବକେୟା 18 ହଜାର ଟଙ୍କା, ଏହାପରେ କେନ୍ଦ୍ରର 6000 ଟଙ୍କା ବାର୍ଷିକ ରାଜ୍ୟର 4000 ଯୋଡି ମୋଟ 10 ହଜାର ଟଙ୍କା
  • ପ୍ରଥମ କ୍ୟାବିନେଟ ବୈଠକରେ ଗରିବଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ଲାଭ
  • ମତ୍ସ୍ୟଜୀବୀଙ୍କୁ ବାର୍ଷିକ 6000ଟଙ୍କା
  • ଅନୁପ୍ରବେଶରେ ସମ୍ପୂର୍ଣ୍ଣ ଲଗାମ
  • ପ୍ରତ୍ୟେକ ଉତ୍ସବକୁ ବିନା ବାଧାରେ ପାଳନ, କୋର୍ଟଙ୍କ ମଞ୍ଜୁରୀର ଆବଶ୍ୟକତା ନାହିଁ
  • ପ୍ରଥମ କ୍ୟାବିନେଟରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ
  • ଓବିସି ସଂରକ୍ଷଣରେ ଅନେକ ସମ୍ପ୍ରଦାୟଙ୍କୁ ଯୋଡା ଯିବ
  • ସମସ୍ତ ମହିଳାଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା
  • ପବ୍ଲିକ ଟ୍ରାନ୍ସପୋର୍ଟରେ ମହିଳାଙ୍କ ପାଇଁ ନିଶୁଳ୍କ ଯାତ୍ରା
  • ଭୂମିହୀନ ଚାଷୀଙ୍କୁ ବାର୍ଷିକ 4000 ଟଙ୍କା
  • 3ଟି ନୂଆ AIIMSର ହେବ ନିର୍ମାଣ
  • ପ୍ରତ୍ୟେକ ପରିବାରରୁ ଅତିକମରେ ଜଣେ ସଦସ୍ୟଙ୍କୁ ରୋଜଗାର
  • ସପ୍ତମବେତନ କମିଶନ ହେବ ଲାଗୁ
  • ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ହେଲ୍ପଲାଇନ
  • ପ୍ରତ୍ୟେକ ପରିବାରକୁ ଶୌଚାଳୟ ଓ ପିଇବା ପାଣି
  • ନୋବେଲ ପୁରସ୍କାର ଭଳି ଟାଗୋର ପୁରସ୍କାର
  • 11 ହଜାର କୋଟିର ସୋନାର ବାଙ୍ଗଲା ପାଣ୍ଠି
  • ଗରିବ ଓ ଅନୁସୂଚିତ ଜାତିର ଝିଅଙ୍କ ପାଇଁ ସ୍ବତନ୍ତ୍ର ଛାତ୍ରବୃତ୍ତି
  • ବିଧବା ପେନସନ 1 ହଜାରରୁ ବୃଦ୍ଧି କରି 3 ହଜାର ଟଙ୍କା
  • ଫସଲର ସଠିକ ମୂଲ୍ୟ ପାଇଁ 5 ହଜାର କୋଟିର ଇଣ୍ଟରଭେନସନ ଫଣ୍ଡ ଗଠନ
  • ଚାଷୀ ସୁରକ୍ଷା ଭିତ୍ତିଭୂମି ଫଣ୍ଡ ଗଠନ
  • କିସାନ କ୍ରେଡିଟ କାର୍ଡ ଅପଡେଟ କରି ରୁପେ କାର୍ଡ
  • ଅମୂଲ ସହ ମିଶି ବଙ୍ଗ ଶ୍ବେତକ୍ରାନ୍ତିର କରାଯିବ ଆରମ୍ଭ
  • ଆଶାକର୍ମୀଙ୍କ ଦରମା ବୃଦ୍ଧି
  • ୱାନ ନେଶନ ୱାନ ହେଲ୍‌ଥ କାର୍ଡ
  • ପ୍ରତି ବ୍ଲକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିପିଓର ହେବ ଆରମ୍ଭ
  • IIT,IIM ଭଳି 5 ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା
  • ନିଯୁକ୍ତି ପାଇଁ କମନ ଏଲିଜିବିଲିଟି ଟେଷ୍ଟର ଆରମ୍ଭ
  • ପ୍ରତ୍ୟେକ ବର୍ଷ ଖେଲୋ ବାଙ୍ଗଲା ମହାକୁମ୍ଭ
  • ଅମ୍ଫାନ, ବୁଲବୁଲ ଆଦି ବାତ୍ୟାର ରିଲିଫ କାର୍ଯ୍ୟରେ ଘୋଟାଲାର ଯାଞ୍ଚ
  • ସମସ୍ତ ରାଜନୈତିକ ହିଂସାରେ ପୀଡିତ ପରିବାରକୁ 25 ଲକ୍ଷ ଟଙ୍କା ଅନୁକମ୍ପା
  • ଦୁର୍ଗାପୂଜାକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଖ୍ୟାତି ଦେବା ପାଇଁ ପ୍ରୟାସ

ନିର୍ବାଚନୀ ଇସ୍ତାହାର ଜାରି କରି ଅମିତ ଶାହ କହିଛନ୍ତି, ଏହି ସଂକଳ୍ପ ପତ୍ର କେବଳ ଘୋଷଣା ନୁହେଁ ବରଂ ଦୁନିଆର ସବୁଠୁ ବଡ ଦଳର ସଂକଳ୍ପ । ଏହା ପୂର୍ଣ୍ଣ ବହୁମତରେ ଦୁଇ ଦୁଇ ଥର କ୍ଷମତାକୁ ଆସିଥିବା ସରକାରର ବୋଲି କହିଛନ୍ତି ଅମିତ ଶାହ ।

ଘୋଷଣା ପତ୍ର ଜାରି କରିବା ପୂର୍ବରୁ ରାଜ୍ୟରେ ବଡ ଅଭିଯାନ ଚଳାଇଥିଲା ବିଜେପି । ଜନସାଧାରଣଙ୍କ ଠାରୁ ରାୟ ମଗାଯାଇଥିଲା । ପାଖାପାଖି 2 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କ ଠାରୁ ଫୋନ ଆଉ ୱେବସାଇଟ ଜରିଆରେ ପରାମର୍ଶ ନେଇଥିଲା ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details