ଶ୍ରୀନଗର:ଗତ କିଛି ଦିନ ମଧ୍ୟରେ ଘାଟିରେ ବଢିବାରେ ଲାଗିଛି ସାଧାରଣ ଜନତାଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ । ଗତ କିଛି ଦିନରେ ଗଡିଲାଣି ଏକାଧିକ ମୁଣ୍ଡ । ଗୋଟିଏ ପଟେ କାଶ୍ମୀର ପଣ୍ଡିତ ତଥା ରାଜସ୍ବ କର୍ମଚାରୀ ରାହୁଲ ଭଟ୍ଟଙ୍କ ହତ୍ୟା ପରେ କାଶ୍ମୀର ପଣ୍ଡିତ ସମ୍ପ୍ରଦାୟ ସୁରକ୍ଷା ନେଇ ଧାରଣାରେ ବସିଥିବା ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଭିଆଇବାରେ ଲାଗିଛନ୍ତି ଆତଙ୍କୀ । ଜଣେ ଟିଭି ଅଭିନେତ୍ରୀଙ୍କୁ ହତ୍ୟା ପରେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ଆଜି ପୁଣି ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି ।
ଏପରି ସ୍ଥିତିରେଆଜି (ଗୁରୁବାର) ଏନେଇ ନର୍ଥ ବ୍ଲକରେ କନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଜି ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ସାମିଲ ଥିଲେ । ତେବେ ବର୍ତ୍ତମାନ ଘାଟିରେ ଦେଖାଯାଇଥିବା ହିଂସାପୂର୍ଣ୍ଣ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଛି ।