ଓଡିଶା

odisha

ETV Bharat / bharat

ଚାଷୀ ନେତାଙ୍କ ଦାବି, ବିନା ସର୍ତ୍ତରେ ଆଲୋଚନା ପାଇଁ ଗୃହମନ୍ତ୍ରୀ ଦେଲେ ଭରସା - ଗୃହମନ୍ତ୍ରୀ ଅମିତ ଶାହ

ନିଜ ଦାବିକୁ ନେଇ ଜିଦ୍‌ରେ ଅଟଳ ଚାଷୀଙ୍କୁ ମନାଇବାକୁ ଏବେ ମୋର୍ଚ୍ଚା ସମ୍ଭାଳିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏପରିସ୍ଥିତିରେ ଖୁବଶୀଘ୍ର ଚାଷୀଙ୍କ ସହ ସରକାରଙ୍କ ଆଲୋଚନା ହେବା ନେଇ କୌଣସି ରାସ୍ତା ବାହାରିପାରେ ବୋଲି ଅନୁମାନ କରାଯାଉଛି । ଅଧିକ ପଢନ୍ତୁ...

ଚାଷୀ ନେତାଙ୍କ ଦାବି, ବିନା ସର୍ତ୍ତରେ ଆଲୋଚନା ପାଇଁ ଗୃହମନ୍ତ୍ରୀ ଦେଲେ ଭରସା
ଚାଷୀ ନେତାଙ୍କ ଦାବି, ବିନା ସର୍ତ୍ତରେ ଆଲୋଚନା ପାଇଁ ଗୃହମନ୍ତ୍ରୀ ଦେଲେ ଭରସା

By

Published : Nov 30, 2020, 3:49 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ 5 ଦିନରୁ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ସମାପ୍ତ କରିବା ପାଇଁ ସକ୍ରିୟ ହୋଇପଡିଛନ୍ତି କେନ୍ଦ୍ର ସରକାର । ନିଜ ଦାବିକୁ ନେଇ ଜିଦ୍‌ରେ ଅଟଳ ଚାଷୀଙ୍କୁ ମନାଇବାକୁ ଏବେ ମୋର୍ଚ୍ଚା ସମ୍ଭାଳିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏପରିସ୍ଥିତିରେ ଖୁବ ଶିଘ୍ର ଚାଷୀଙ୍କ ସହ ସରକାରଙ୍କ ଆଲୋଚନା ହେବା ନେଇ କୌଣସି ରାସ୍ତା ବାହାରିପାରେ ବୋଲି ଅନୁମାନ କରାଯାଉଛି ।

ଭାରତୀୟ କିସାନ ୟୁନିୟର ଅଧ୍ୟକ୍ଷ ବୁଟା ସିଂହ ଦାବି କରିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହ ସୋମବାର ତାଙ୍କ ସହ ଆଲୋଚନା କରିଛନ୍ତି । ଶାହ ଔପଚାରିକ ଆଲୋଚନା ସହ ଲିଖିଚ ଚିଠି ଦେବା ନେଇ ପ୍ରତିଶ୍ରୃତି ଦେଇଥିବା ଦାବି କରିଛନ୍ତି ଚାଷୀନେତା ।

ବୁଟା ସିଂ ସୋମବାର ଅପରାହ୍ନରେ ଟିକରି ସୀମାରେ ପହଞ୍ଚି ଏ ବିଷୟରେ ସୂଚନା ଦେଇଛନ୍ତି । ବୁଟା ସିଂଙ୍କ ଅନୁଯାୟୀ ଅମିତ ଶାହା ରାତି ପ୍ରାୟ 12ଟା 30ରେ ଫୋନ କରି ଆଲୋଚନା ବିଷୟରେ ପଚାରିଥିଲେ। ହେଲେ ଚାଷୀନେତାଙ୍କ ପକ୍ଷରୁ ବୁରାଡି ଯିବାର ସର୍ତ୍ତକୁ ପ୍ରତ୍ୟାକ୍ଷାନ କରାଯାଇଛି ।

ଅମିତ ଶାହା ପୁଣିଥରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି ଏବଂ କହିଛନ୍ତି ଯେ ସେ ସନ୍ଧ୍ୟା ସୁଦ୍ଧା ଆଲୋଚନା ପାଇଁ ଏକ ଚିଠି ପଠାଇବେ । ତେବେ ମଙ୍ଗଳବାର ଆନ୍ଦୋଳନରତ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।

ପୂର୍ବରୁ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ଚାଷୀମାନେ ସେମାନଙ୍କ ଦାବିରେ ଅଟଳ ଥିବା ବେଳେ ଆନ୍ଦୋଳନରୁ ଓହରିବାକୁ ନାରାଜ। ଏଥିସହ ସରକାରଙ୍କ ପକ୍ଷରୁ ବୁରାଡି ଆସି ଆଲୋଚନା କରିବାର ସର୍ତ୍ତକୁ ପ୍ରତ୍ୟାକ୍ଷାନ କରିଦେଇଛନ୍ତି ଚାଷୀ । ଦିନକୁ ଦିନ ଚାଷୀ ଆନ୍ଦୋଳନ ଗମ୍ଭୀର ରୂପ ନେଉଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ସରରକାର ।

ସେପଟେ କୃଷି ସଂଗଠନ ବିନା ସର୍ତ୍ତରେ ଆଲୋଚନା ଚାହୁଁଛନ୍ତି । ସାଙ୍ଗରେ 4 ମାସର ଖାଦ୍ୟ ସାମଗ୍ରୀ ନେଇ ଆସିଥିବା ବେଳେ ନିଜ ଦାବିକୁ ନେଇ ଦିଲ୍ଲୀ ସୀମାରେ ହିଁ ଧାରଣାରେ ବସି ରହିବେ ବୋଲି କହିଛନ୍ତି ଚାଷୀମାନେ । ଏପରି କି ଦିଲ୍ଲୀର 5 ମୁଖ୍ୟ ପ୍ରବେଶପଥକୁ ଅବୋରଧ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

ABOUT THE AUTHOR

...view details