ଓଡିଶା

odisha

ETV Bharat / bharat

ହିନ୍ଦୀରେ ଡାକ୍ତରୀ ଶିକ୍ଷା: ଭୋପାଲରେ MBBS ହିନ୍ଦୀ ପୁସ୍ତକ ଉନ୍ମୋଚନ କଲେ ଶାହ - 3ଟି ବିଷୟର ପାଠ୍ୟ ପୁସ୍ତକ ହିନ୍ଦୀରେ ଅନୁବାଦିତ

ଭୋପାଳରେ ଏମବିବିଏସ (MBBS) ପାଠ୍ୟକ୍ରମର ହିନ୍ଦୀ ପୁସ୍ତକକୁ ଉନ୍ମୋଚନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah launches MBBS Hindi books) । 3ଟି ବିଷୟରେ ଏହି ପୁସ୍ତକକୁ ଅନୁବାଦ କରିଛନ୍ତି 97 ଜଣିଆ ବିଶେଷଜ୍ଞ ଟିମ । ଅଧିକ ପଢନ୍ତୁ

ହିନ୍ଦୀରେ ଡାକ୍ତରୀ ଶିକ୍ଷା: ଭୋପାଲରେ MBBS ହିନ୍ଦୀ ପୁସ୍ତକ ଉନ୍ମୋଚନ କଲେ ଶାହ
ହିନ୍ଦୀରେ ଡାକ୍ତରୀ ଶିକ୍ଷା: ଭୋପାଲରେ MBBS ହିନ୍ଦୀ ପୁସ୍ତକ ଉନ୍ମୋଚନ କଲେ ଶାହ

By

Published : Oct 16, 2022, 7:14 PM IST

ଭୋପାଲ:ମଧ୍ୟ ପ୍ରଦେଶ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି (ରବିବାର) ହିନ୍ଦୀ ଭାଷାରେ ପ୍ରସ୍ତୁତ ଡାକ୍ତରୀ ପାଠ୍ୟକ୍ରମ MBBS ପାଇଁ ଉଦ୍ଦିଷ୍ଟ ପୁସ୍ତକର ଉନ୍ମୋଚନ କରିଛନ୍ତି (Amit Shah launches MBBS Hindi books)। ଆଜି ଏହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ରାଜ୍ୟ ମେଡିକାଲ ଶିକ୍ଷା ମନ୍ତ୍ରୀ ବିଶ୍ବାସ ସାରଙ୍ଗ ମଧ୍ୟ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶିବରାଜ କହିଥିଲେ,‘‘ ମଧ୍ୟ ପ୍ରଦେଶ ହିନ୍ଦୀ ଭାଷାରେ ଏହି ପୁସ୍ତକ ପ୍ରଚଳିତ କରିବାରେ ପ୍ରଥମ ରାଜ୍ୟ ହେବାକୁ ଯାଉଛି ଏପରି ପଦକ୍ଷେପ ଅଣ ଇଂରାଜୀ ଛାତ୍ରଙ୍କୁ ବେଶ ସହାୟକ ହୋଇପାରିବ । ଯେଉଁ ଛାତ୍ରଛାତ୍ରୀ ମେଡିକାଲ ଶିକ୍ଷାରେ ନାମଲେଖା ପାଇଁ ସୁଯୋଗ ପାଉଥିଲେ, କିନ୍ତୁ ଇଂରାଜୀ ସେମାନଙ୍କ ମୂଳ ଭାଷା ହୋଇ ନଥିବାରୁ ସେମାନଙ୍କୁ ବାରମ୍ବାର ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ପାଠପଢା ଛାଡିବାକୁ ପଡୁଥିଲା, ଏହି ନିଷ୍ପତ୍ତି ସେମାନଙ୍କ ପାଇଁ ବେଶ ସହାୟକ ହୋଇପାରିବ । ଏହି ହିନ୍ଦୀ ଭାଷାରେ ଅନୁବାଦିତ ପୁସ୍ତକକୁ ଅଣ ଇଂରାଜୀ ଛାତ୍ରଛାତ୍ରୀ ସହଜରେ ପାଠ ପଢିବାପାରିବେ ।

ପ୍ରାଥମିକ ଭାବେ 3ଟି ବିଷୟର ପାଠ୍ୟ ପୁସ୍ତକ ହିନ୍ଦୀରେ ଅନୁବାଦିତ କରାଯାଇଛି । ସେଗୁଡିକ ହେଲା ଆଣ୍ଟାନୋମି (Anatomy) ଫିଜିଓଲୋଜି (Physiology) ଓ ବାୟୋ କେମେଷ୍ଟ୍ରି ( Biochemistry)। ଏହି ବିଷୟ ଗୁଡିକର ପୁସ୍ତକଗୁଡିକର ହିନ୍ଦୀ ଅନୁବାଦିତ ଭର୍ସନ ପ୍ରସ୍ତୁତ କରିବାରେ ପ୍ରାୟ 97 ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ଟିମ ଅଧ୍ୟୟନ କରିଥିଲା । ଗଭୀର ଅଧ୍ୟୟନ ପରେ ଏହି ପୁସ୍ତକଗୁଡିକୁ ଇଂରାଜୀରୁ ହିନ୍ଦୀକୁ ଅନୁବାଦ କରାଯିବା ସହ ମୁଦ୍ରଣ କରାଯାଇଛି । ସେହିପରି ପ୍ରଦେଶର ଶିକ୍ଷାମନ୍ତ୍ରୀ ବିଶ୍ବାସ ସାରଙ୍ଗ କିହଥିଲେ ଏହି ନଷ୍ପତ୍ତି ରାଜ୍ୟର ମେଡିକାଲ ପାଠ୍ଯକ୍ରମରେ ସୁଧାର ଆଣିବରେ ସହାୟକ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details