ଶ୍ରୀନଗର: 3 ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୀମା ସୁରକ୍ଷା ନେଇ ଆଜି(ଶନିବାର) ଜାମ୍ମୁ କାଶ୍ମୀର ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ଏହି ମାସ ମଧ୍ୟରେ ସୀମାରେ ଆତଙ୍କୀ ହମଲା ବୃଦ୍ଧି ପାଇଛି । 11 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି । ଏନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ଶାହ ।
ଏହି ଗସ୍ତ ସମୟରେ ଶାହ ପଞ୍ଚାୟତ ସଦସ୍ୟ, ବିଜେପି କର୍ମୀ ତଥା ଜାମ୍ମୁ କାଶ୍ମୀରରେ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିବେ । ଏଥିସହ 2ଟି ନୂଆ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଆଜି ଶ୍ରୀନଗରରେ ପହଞ୍ଚିବା ପରେ ରାଜଭବନରେ ସୀମା ସୁରକ୍ଷା ନେଇ ପ୍ରଥମେ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବେ ।
ଏଥିରେ ଲେଫ୍ଟନାଣ୍ଟ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସମେତ ସେନା ଏବଂ ଗୁପ୍ତଚର ଅଧିକାରୀମାନେ ଯୋଗଦେବେ । ଏହି ମାସ ମଧ୍ୟରେ ଆତଙ୍କୀ ହମଲା ବୃଦ୍ଧିପାଇଥିବା ଉପରେ ବିଶେଷ ଆଲୋଚନା ହେବ ।