ନୂଆଦିଲ୍ଲୀ: ଗୁଜୁରାଟ ଦଙ୍ଗା(Gujarat Riots)କୁ ନେଇ ସର୍ବୋଚ୍ଚ ଅଦାଲତ(Suprem Court)ଙ୍କ ରାୟ ଆସିବା ପରେ ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ(Union Home Minister Amit Shah) ବଡ ସାକ୍ଷାତକାର ଦେଇଛନ୍ତି । ଯାହାକୁ ନେଇ ଏବେ ସାରା ଦେଶରେ ଜାରି ରହିଛି ବିତର୍କ । ଆଜି ସମାଚାର ଏଜେନ୍ସି ANIକୁ ସାକ୍ଷାତକାର ଦେଇ ଶାହ କହିଛନ୍ତି ସୁପ୍ରିମକୋର୍ଟ ସମସ୍ତ ଅଭିଯୋଗକୁ ଖାରଜ କରିଛନ୍ତି । ସତ୍ୟ ଆଜି ସୁନା ପରି ଚମକି ବାହାରକୁ ଆସିଛି । ଅଭିଯୋଗକାରୀଙ୍କୁ କଡା ଜବାବ ଦେଇ କ୍ଷମା ମାଗିବାକୁ ଦାବି କରିଛନ୍ତି ଶାହା ।
କଂଗ୍ରେସ ସରକାର କରିଥିଲା NGOର ସହାୟତା
ଦଙ୍ଗାକୁ ନେଇ ଆବେଦନକାରୀ NGO ଜାକିୟା ଜାଫରି ଅନ୍ୟ କାହା ନିର୍ଦ୍ଦେଶରେ କାମ କରୁଥିଲା ବୋଲି ଅଭିଯୋଗ କରିଛନ୍ତି ଶାହା । ଶାହା କହିଛନ୍ତି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଆବେଦନକାରୀ ଅନ୍ୟ କାହାର ନିର୍ଦ୍ଦେଶରେ କାମ କରିଛନ୍ତି । ସମସ୍ତେ ଜାଣନ୍ତି ତିସ୍ତା ସୀତଲୱାଡ ଏନଜିଓ କଣ କଣ କରୁଥିଲା । କାହାର ନିର୍ଦ୍ଦେଶରେ କରୁଥିଲା । ତତ୍କାଳୀନ କଂଗ୍ରେସ ସରକାର ଏନଜିଓକୁ ପୁରା ସହାୟତା କରୁଥିଲେ । ଗୁଜୁରାଟରେ ଆମର ସରକାର ଥିଲା । କିନ୍ତୁ କେନ୍ଦ୍ରରେ ଥିବା ୟୁପିଏ ସରକାର ହିଁ ଏନଜିଓକୁ ବ୍ୟବହାର କରି ମୋଦିଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରିଥିଲା ।
ସଂସଦରେ ନିନ୍ଦା ପ୍ରସ୍ତାବ ଆସିଲା ନାହିଁ...
ଗୋଧ୍ରା କାଣ୍ଡକୁ ଅବତାରଣ କରି ଶାହ କହିଛନ୍ତି ଗୁଜୁରାଟରେ ଦଙ୍ଗା ହେବାରୁ ମୁଖ୍ୟ କାରଣ ଥିଲା ଗୋଧ୍ରା କାଣ୍ଡ । ଯେଉଁ ଘଟଣାରେ 60 ଜଣ ନୀରିହ ଲୋକଙ୍କୁ ବଞ୍ଚି ଥାଉ ଥାଉ ଜାଳି ଦିଆଯାଇଥିଲା । ଜଣେ 16 ଦିନର ଜନ୍ମିତ ଶିଶୁକୁ ମଧ୍ୟ ତାରି ମା କୋଳରୁ ଆଣି ଜାଳି ଦିଆଯାଇଥିଲା । ଯାହାର ଅନ୍ତିମ ସଂସ୍କାର ମୁଁ ନିଜେ କରିଛି ବୋଲି ଶାହ କହିଛନ୍ତି । 60 ଜଣଙ୍କୁ ଜାଳି ଦିଆଗଲା । ହେଲେ ସଂସଦରେ ନିନ୍ଦା ପ୍ରସ୍ତାବ ଟିଏ ମଧ୍ୟ ସେତେ ବେଳେ ଆସିଲା ନାହିଁ । ବିଜେପିକୁ ଛାଡି ସବୁଦଳ ସଂସଦରେ ଥିଲେ । ହେଲେ କେହି ନିନ୍ଦା କଲେ ନାହିଁ ।
ଘଟଣା ପୂର୍ବ ଯୋଜନା ନଥିଲା...
ସାକ୍ଷାତକାରରେ ଶାହ କହିଛନ୍ତି, କଂଗ୍ରେସର 5 ବର୍ଷ ଆଉ ବିଜେପିର 5 ବର୍ଷ ଶାସନ କାଳକୁ ଅନୁଶୀଳନ କରାଯାଉ । କାହାର ସମୟରେ କେତେ ଦଙ୍ଗା ହୋଇଛି ସ୍ପଷ୍ଟ ହୋଇଯିବ । ସୁପ୍ରିମକୋର୍ଟଙ୍କ ରାୟକୁ ଅବତାରଣ କରି ଶାହ କହିଛନ୍ତି ଟ୍ରେନରେ ନିଆଁ ଲଗାଯିବା ପରେ ହିଁ ଦଙ୍ଗା ବ୍ୟାପିଲା । ଏହା ପୂର୍ବ ଯୋଜନା ନଥିଲା ବଂର ଆପେ ଆପେ ହୋଇଥିଲା । ସେତେବେଳେ ହୋଇଥିବା ଷ୍ଟିଂ ଅପରେସନ ମଧ୍ୟ ରାଜନୈତିକ ଉଦ୍ଦେଶ୍ୟ ଥିବା କୋର୍ଟ କହିଥିବା ଶାହ କହିଛନ୍ତି ।
ସେନା ଡାକିବାରେ ବିଳମ୍ବ ହୋଇଥିଲା କି?
ଦଙ୍ଗା ଘଟଣାକୁ ନେଇ ସେତେବେଳେ ବିଜେପିର ନରେନ୍ଦ୍ର ମୋଦି ସରକାର ସେନା ଡାକିବାରେ ବିଳମ୍ବ କରିଥିବା ଅଭିଯୋଗର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶାହ କହିଛନ୍ତି, ଏହା ନିରାଧାରା । ରାଜ୍ୟ ସରକାର ସେନା ଡାକିବାରେ କୌଣସି ବିଳମ୍ବ କରିନାହାଁନ୍ତି । ଯେଉଁ ଦିନ ଗୁଜୁରାଟ ବନ୍ଦ ଡାକରା ଦିଆଯାଇଥିଲା ଆମେ ସେହି ଦିନ ହିଁ ସେନା ଡାକିଥିଲୁ । ବିରୋଧୀଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି ଦିଲ୍ଲୀରେ ସେନା ମୁଖ୍ୟାଳୟ ରହିଛି, ହେଲେ ଶିଖ ଭାଇଙ୍କୁ ମାରି ମାରି ଦିଆଗଲା । 3 ଦିନ ପର୍ଯ୍ୟନ୍ତ କିଛି କରାଗଲା ନାହିଁ । କୌଣସି ଏସଆଇଟି ବସିଲା ନାହିଁ । ଆମ ସରକାର କେନ୍ଦ୍ରରେ ଆସିବା ପରେ ଶିଖ ଦଙ୍ଗାର ତଦନ୍ତ ପାଇଁ ଏସଆଇଟି ବସିଲା ।