ବେଙ୍ଗାଲୁରୁ:ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି । ଗସ୍ତରେ କୋର କମିଟି ବୈଠକରେ ସରକାରଙ୍କ ଭାବମୂର୍ତ୍ତିକୁ କର୍ଣ୍ଣାଟକରେ ଆହୁରି ବୃଦ୍ଧି କରିବାକୁ ଦଳର ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ସରକାରଙ୍କ ଭାବମୂର୍ତ୍ତିକୁ ବୃଦ୍ଧି କରିବା ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହି ନିଶ୍ଚିତ ହେବା ଦରକାର ।
ଜିଲ୍ଲା ପଞ୍ଚାୟତ ଏବଂ ତାଲୁକ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିବାକୁ ହେଲେ ପ୍ରଥମେ ଲୋକଙ୍କ ଦୃଦୟ ଜିତିବାକୁ ପଡିବ । ଏଥିପାଇଁ ଲୋକଙ୍କ ବିକାଶ ହେବା ନିହାତି ଆବଶ୍ୟକ । ତେଣୁ ଲୋକଙ୍କ ବିକାଶ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଦଳର ନେତାମାନଙ୍କୁ ଆଦେଶ ଦେଇଛନ୍ତି ଗୃହମନ୍ତ୍ରୀ । ବେଲାଗାଭି ଲୋକସଭା, ବାସଭାକାଲିଆନା ଏବଂ ମୁସ୍କି ବିଧାନସଭା ଉପ-ନିର୍ବାଚନ, ଜିଲ୍ଲା ପଞ୍ଚାୟତ ଏବଂ ତାଲୁକ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଉପରେ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି ।