ଓଡିଶା

odisha

ETV Bharat / bharat

Amit Shah in Bengal: BSFର ଭାସମାନ ବର୍ଡର ପୋଷ୍ଟ ଓ ବୋଟ ଆମ୍ବୁଲାନ୍ସର କଲେ ଉଦଘାଟନ - ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ

ପଶ୍ଚିମବଙ୍ଗରେ ଶାହ । BSFର ଭାସମାନ ବର୍ଡର ପୋଷ୍ଟ ଓ ବୋଟ ଆମ୍ବୁଲାନ୍ସ କଲେ ଉଦଘାଟନ । ଅଧିକ ପଢନ୍ତୁ

Amit Shah in Bengal: BSFର ଭାସମାନ ବର୍ଡର ପୋଷ୍ଟ କଲେ ଉଦଘାଟନ
Amit Shah in Bengal: BSFର ଭାସମାନ ବର୍ଡର ପୋଷ୍ଟ କଲେ ଉଦଘାଟନ

By

Published : May 5, 2022, 6:34 PM IST

କୋତକାତା: 2 ଦିନିଆପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି (ଗୁରୁବାର) 24 ପ୍ରଗଣା ଅନ୍ତର୍ଗତ ସୁନ୍ଦରବନ ଏରିଆର ହିଙ୍ଗଲଗଞ୍ଜରେ ସୀମା ସୁରକ୍ଷା ବଳ (BSF) ର ଏକ ଭାସମାନ ବର୍ଡର ପୋଷ୍ଟକୁ ମଧ୍ୟ ଉଦଘାଟନ କରିଛନ୍ତି । ସେହିପରି ଉକ୍ତ ସ୍ଥାନରେ ଏକ ବୋଟ ଆମ୍ବୁଲାନ୍ସ ସେବାକୁ ମଧ୍ୟ ଶାହ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । 2021 ବିଧାନସଭା ନିର୍ବାଚନ ପରେ ଏହା ଶାହଙ୍କ ପ୍ରଥମ ବଙ୍ଗ ଗସ୍ତ ।

ଆଜି 2ଦିନିଆ ବେଙ୍ଗଲ ଗସ୍ତରେ କୋଲକାତାରେ ପହଞ୍ଚିଥିଲେ ଶାହ । ପ୍ରଥମ କାର୍ଯ୍ୟକ୍ରମ ଭାବେ ସେ (BSF) କ୍ୟାମ୍ପରେ ସାମିଲ ହୋଇଛନ୍ତି । ଆଉ କିଛି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଶାହ ସାମିଲ ହେବା ନେଇ କାର୍ଯ୍ୟସୂଚୀ ରହିଛି । ଭାସମାନ ବର୍ଡର ପୋଷ୍ଟ ବ୍ୟବସ୍ଥା ଫଳରେ ଉକ୍ତ ଅଞ୍ଚଳରେ ସୁରକ୍ଷା ଓ ପାଟ୍ରୋଲିଂକୁ କଡାକଡି କରାଯାଇ ପାରିବ । ଉକ୍ତ ଅଞ୍ଚଳ ଏକ ବିଚ୍ଛିନ୍ନାଞ୍ଚଳ ହୋଇଥିବା ଯୋଗୁ ଏହି ବୋଟ ଆମ୍ବୁଲାନ୍ସ ସେବା ମଧ୍ୟ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର ପାଇଁ ବେସ ସହାୟକ ହୋଇପାରିବ ବୋଲି ଶାହ କହିଛନ୍ତି ।

ଶାହ ଆହୁରି ମଧ୍ୟ କହିଛନ୍ତି, ସୁନ୍ଦରବନ ଅଞ୍ଚଳରେ ପାଟ୍ରୋଲିଂ କରିବା ଓ ସୁରକ୍ଷା ନିଶ୍ଚିତ ରଖିବା ବେସ ଆହ୍ବାନପୂର୍ଣ୍ଣ । ମୋଦି ସରକାର BSF ପାଇଁ ସମସ୍ତ ବ୍ୟବସ୍ଥା ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପରୋକ୍ଷ ଟାର୍ଗେଟ କରି ଶାହ କହିଛନ୍ତି, ଚୋରା ଚାଲାଣ ତଥା ଅନୁପ୍ରବେଶ ରୋକିବା ପାଇଁ ବିଏସଏଫ ତାର କାର୍ଯ୍ୟ ଜାରି ରଖିଛି । ସ୍ଥାନୀୟ ପ୍ରଶାସନର ସାହାଯ୍ୟ ବିନା ଏହା କଷ୍ଟସାଧ୍ୟ, କିନ୍ତୁ ଆଶା କରାଯାଉଛି, ଖୁବଶୀଘ୍ର ରାଜ୍ୟ ସରକାର ମଧ୍ୟ ସମସ୍ତ ସହଯୋଗ ଯୋଗାଇ ଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details