ଓଡିଶା

odisha

By

Published : Dec 19, 2020, 4:38 PM IST

Updated : Dec 19, 2020, 6:02 PM IST

ETV Bharat / bharat

ପଶ୍ଚିମବଙ୍ଗରେ ଗସ୍ତରେ ଅମିତ ଶାହା: ଚାଷୀ ଘରେ ମଧ୍ୟାହ୍ନ ଭୋଜନ

ସାରା ଦେଶରେ କୃଷି ଆଇନକୁ ବିରୋଧ କରି ଜୋରଦାର ବିରୋଧ ପ୍ରଦର୍ଶନ ଜାରି ରହିଛି । ଏପରି ସମୟରେ ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ କରି ଜଣେ ଚାଷୀଙ୍କ ଘରେ ଭୋଜନ କରିଛନ୍ତି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ଗସ୍ତରେ ଅମିତ ଶାହା
ପଶ୍ଚିମବଙ୍ଗରେ ଗସ୍ତରେ ଅମିତ ଶାହା

କୋଲକାତା: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହା ଆଜି ଜଣେ ଚାଷୀଙ୍କ ଘରେ ଭୋଜନ କରିଛନ୍ତି । କୃଷି ଆଇନକୁ ନେଇ ସାରା ଦେଶରେ ଆନ୍ଦୋଳନ ଜାରି ରହିଥିବାବେଳେ, ଅନ୍ନ ଦାତାଙ୍କ ଘରେ ବସି ଖାଇଛନ୍ତି ଶାହା । ଏହା ଦ୍ବାରା ସେ ବିଜେପି ଚାଷୀଙ୍କ ସହ ଥିଲା ଓ ରହିଛି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ମେଦିନପୁରରେ ବିଶାଳ ରାଲିରେ ଯୋଗ ଦେବା ପୂର୍ବରୁ ବଲିଜୁରୀ ଗାଁରେ ଶାହାଙ୍କ ସମେତ ବିଜେପିର ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗୀୟ, ଦିଲ୍ଲୀପ ଘୋଷ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ ।

ପଶ୍ଚିମବଙ୍ଗରେ ଗସ୍ତରେ ଅମିତ ଶାହା

ସନାତନ ସିଂ ନାମକ କୃଷକଙ୍କ ଘରେ ଶାହା ଆଜି ମଧ୍ୟାହ୍ନ କରିଥିଲେ । ଯାହାକୁ ନେଇ କୃଷକ ଜଣକ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ତାଙ୍କ ସହ ଏପରି କେବେ ଘଟିବ ସେ କେବେ ମଧ୍ୟ ଭାବି ନଥିଲେ । ଜଣେ ସାଧାରଣ କୃଷକ ହେବା ସହ ଆୟ ନଥିବାରୁ ସେ କେବଳ ଭାତ ଡାଲି ଦେଇଥିବା କହିଛନ୍ତି ।

ଏଥିସହ ସେ ଦେଶରେ ଚାଲିଥିଲା ଚାଷୀ ଆନ୍ଦୋଳନକୁ ନେଇ ଶାନ୍ତିବଜାୟ ରଖିବାକୁ ଶାହାଙ୍କୁ ଅନୁରୋଧ କରିଥିଲେ । ଗତ 50 ବର୍ଷ ଧରି ସେ ବିଜେପି ସହ ଯୋଡିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ 3ଟି କୃଷି ଆଇନକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ ଜାରି ରହିଛି । 2021 ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏପରି ସ୍ଥିତିରେ ଅମିତ ଶାହା ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଆଜି 2 ଶହ ପ୍ଲସ ମିଶନ ନେଇ ମେଦିନପୁରରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ମମତାଙ୍କୁ ଟାର୍ଗେଟ କରିବା ସହ କୃଷି ଆଇନ ବିରୋଧରେ କୃଷକଙ୍କୁ ବୁଝାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2020, 6:02 PM IST

ABOUT THE AUTHOR

...view details