ଓଡିଶା

odisha

ETV Bharat / bharat

Amit Shah In Baramulla: ହଟାଇଲେ ସୁରକ୍ଷା କବଚ, ଖୋଲା ମଞ୍ଚରୁ ଦେଲେ ରୋଜଗାର ଭରସା - ବୁଲେଟ ପ୍ରୁଫ କାଚ ହଟାଇଲେ ଶାହ

ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କାଶ୍ମୀର ସ୍ଥିତ ବାରାମୂଳାରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି ସମାବେଶ ପାଇଁ ପ୍ରସ୍ତୁତ ହୋଇଥିବା ମଞ୍ଚରେ ଗୃହମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ହେଲେ ମଞ୍ଚକୁ ଶାହ ଆସିବା ପୂର୍ବରୁ ତାଙ୍କ ସୁରକ୍ଷା ପାଇଁ ଲାଗିଥିବା ବୁଲେଟ ପ୍ରୁଫ କାଚ (Bullet proof glass removed) କୁ ହଟାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଧିକ ପଢନ୍ତୁ

Amit Shah In Baramulla
Amit Shah In Baramulla

By

Published : Oct 5, 2022, 9:55 PM IST

ଶ୍ରୀନଗର: ଆଜି (ବୁଧବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ( Home Minister Amit Shah) ଜମ୍ମୁ କାଶ୍ମୀର ସ୍ଥିତ ବାରାମୂଳା (Baramulla) ରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି ସମାବେଶ ପାଇଁ ପ୍ରସ୍ତୁତ ହୋଇଥିବା ମଞ୍ଚରେ ଗୃହମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ହେଲେ ମଞ୍ଚକୁ ଶାହ ଆସିବା ପୂର୍ବରୁ ତାଙ୍କ ସୁରକ୍ଷା ପାଇଁ ଲାଗିଥିବା ବୁଲେଟ ପ୍ରୁଫ କାଚ (Bullet proof glass removed) କୁ ହଟାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାର ଏକ ଭିଡିଓ ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ( Union Minister Jitendra Singh) ଟ୍ବିଟ କରି ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ସ୍ପଷ୍ଟ ଦେଖାଯାଉଛି, ଶାହ ସମ୍ବୋଧିତ କରିବା ପାଇଁ ଥିବା ପୋଡିୟମରୁ ବୁଲେଟ ପ୍ରୁଫ କାଚକୁ କାଢି ନିଆଯାଉଛି । ଗୃହମନ୍ତ୍ରୀ ମଞ୍ଚକୁ ଆସିବା ପୂର୍ବରୁ ବୁଲେଟ ପ୍ରୁଫ କାଚକୁ କାଢି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶାହ ମଞ୍ଚକୁ ଆସି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମ୍ମୁ କାଶ୍ମୀର ପାଇଁ ଜାରି ରହିଥିବା ବିକାଶ ମୂଳକ ପ୍ରକଳ୍ପର ଗୋଟି ଗୋଟି ହିସାବ ଦେଇଥିଲେ । ଏହାସହ 2019 ପର ଠାରୁ ଜମ୍ମୁ କାଶ୍ମୀରରେ ଆସିଥିବା ପରିବର୍ତ୍ତନ ଧାରାକୁ ଦୋହରାଇ ବିରୋଧୀଙ୍କ ଉପରେ ବର୍ଷିଥିଲେ ।

ବାରାମୂଳା ସମାବେଶରେ ଗୃହମନ୍ତ୍ରୀ ଅମିତ ଶାହା ବିଶେଷ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲ୍ଲା, ମେହବୁବା ମୁଫତିଙ୍କୁ କଡା ସମାଲୋଚନା କରିଥିଲେ । ଏହି ପରିବାର କିଭଳି ଜମ୍ମୁ କାଶ୍ମୀରକୁ ଲୁଟିଛନ୍ତି ତାର ପୁରା ଚିତ୍ର ରଖିଥିଲେ । ଏହାସହ ବର୍ତ୍ତମାନ ଚାଲିଥିବା ଦୃତ ବିକାଶରେ ଏହି ପରିବାର କିଭଳି ବାଧା ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି ତାହାର ମଧ୍ୟ ଖୁଲାସା କରିଥିଲେ । ଏତତ ବ୍ୟତୀତ ମୋଦି ସରକାରରେ ଜମ୍ମୁ କାଶ୍ମୀରର ବିକାଶ ପାଇଁ କେହି ବାଧା ସୃଷ୍ଟି କରିପାରିବେ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା ଗୁପକାର ମହାମେଣ୍ଟକୁ କଡା ସମାଲୋଚନା କରି କହିଥିଲେ ଜମ୍ମୁ କାଶ୍ମୀରର 6 ଟି କ୍ଷେତ୍ରୀୟ ଦଳ ମିଳିତ ଭାବେ ଏକ ମହାମେଣ୍ଟ କରିଛନ୍ତି । ଯାହା ହେଉଛି ଗୁପକାର ମହାମେଣ୍ଟ । ଏହି ମହାମେଣ୍ଟ ପୁଣି ଥରେ ଜମ୍ମୁ କାଶ୍ମୀରରେ ଧାରା 370 ଲାଗୁ କରିବାକୁ ଦାବି କରୁଛି । ଭାରତର ଏହି ଭୂସ୍ବର୍ଗରେ ଆତଙ୍କବାଦ ପ୍ରସାର କରିବାକୁ ଉଦ୍ୟମ କରୁଛି । ସ୍ଥାନୀୟ ଯୁବକଙ୍କ ହାତରେ ଅସ୍ତ୍ର ଦେଇ ନିଜ ସ୍ବାର୍ଥ ହାସଲ କରୁଥିଲେ । ହେଲେ ସମୟ ବଦଳିଛି । ମୋଦି ସରକାର ଏବେ ସ୍ଥାନୀୟ ଯୁବକଙ୍କ ହାତରେ ଅସ୍ତ୍ର ବଦଳରେ ଶିକ୍ଷା ଦେଉଛି । ଜମ୍ମୁ କାଶ୍ମୀର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ସବୁ ପଦକ୍ଷେପ ସରକାର ନେଉଛନ୍ତି । ଜମ୍ମୁ କାଶ୍ମୀର ଯୁବକଙ୍କୁ ଶାହ ପ୍ରତିଶୃତି ଦେଇ କହିଛନ୍ତି ପ୍ରତି ଯୁବକଙ୍କ ପାଇଁ ନିଯୁକ୍ତି, ରୋଜଗାର ସୁନିଶ୍ଚିତ କରାଯିବ । କେହି ଜଣେ ବି ରୋଜଗାରରୁ ବଞ୍ଚିତ ହେବେ ନାହିଁ । ଜମ୍ମୁ କାଶ୍ମୀର ଯୁବକଙ୍କୁ ଆହ୍ବାନ ଦେଇ ଶାହ କହିଥିଲେ ଆପଣଙ୍କ ପାଖରେ ଦୁଇଟି ମଡେଲ ଅଛି । ଗୋଟିଏ ହେଉଛି ନରେନ୍ଦ୍ର ମୋଦି ମଡେଲ । ଯେଉଁ ମଡେଲରେ ଶାନ୍ତି, ଶିକ୍ଷା, ସ୍ବାସ୍ଥ୍ୟ, ବିକାଶ, ରୋଜଗାର, ଭାଇଚାରା, ସଦଭାବନା ନୂଆ କାଶ୍ମୀର ନିର୍ମାଣ । ଅନ୍ୟ ମଡେଲ ହେଉଛି ଗୁପକାର ମଡେଲ । ଯେଉଁ ମଡେଲରେ ହିସାଂ, ବିଦ୍ବେଷ, ଆତଙ୍କବାଦ ବୋଲି କହିଛନ୍ତି । ଶାହ ଆହୁରି କହିଛନ୍ତି ଜମ୍ମୁ କାଶ୍ମୀରର ବିକାଶ ପାଇଁ ବର୍ତ୍ତମାନ ସୁଦ୍ଧା 56 ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଦେଇଥିବା କହିଛନ୍ତି । ଏହାସହ କେଉଁ କ୍ଷେତ୍ର ପାଇଁ କେତେ କୋଟି ତାହାର ମଧ୍ୟ ହିସାବ ଦେଇଛନ୍ତି ଶାହ ।

ଶାହଙ୍କ ଏହି ଜାମ୍ମୁ କାଶ୍ମୀରର ଗସ୍ତ ଏକାଧିକ କାରଣରୁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । କାରଣ ଆଗାମୀ କିଛି ମଧ୍ୟରେ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ । ଯାହାର ପ୍ରସ୍ତୁତି ଚାଲିଛି। ସେହିପରି ପୁରା ଜାମ୍ମୁ କାଶ୍ମୀରରେ ଚାଲିଥିବା ହଜାର ହଜାର କୋଟିର ବିକାଶ ମୂଳକ ପ୍ରକଳ୍ପକୁ ଆହୁରି ବଳ ଦେବା । ଏତତ ବ୍ୟତୀତ ଆତଙ୍କବାଦ, ସୁରକ୍ଷା, ସେନା ପାଇଁ ସ୍ଥାୟୀ ସୁରକ୍ଷିତ ଭିତ୍ତିଭୂମି ନିର୍ମାଣରେ ଦୃତଗତି ଆଣିବା ମୁଖ୍ୟ ଏଜେଣ୍ଡା ଥିଲା । କାରଣ ଆଗାମୀ କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଜମ୍ମୁ କାଶ୍ମୀର ଗସ୍ତ ରହିଛି ।

ABOUT THE AUTHOR

...view details