ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ନେଇ ଉଠୁଛି ପଡୁଛି ବଙ୍ଗ ମୈଦାନ । ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ରହିଛି ଜୋରଦାର ଟକ୍କର । ରାଜ୍ୟରେ 2ଟି ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଛି । ତେବେ ଏହି ଦୁଇ ପର୍ଯ୍ୟାୟରେ କାହା ସପକ୍ଷରେ ଅଧିକ ମତଦାନ ହୋଇଛି ତାହା ସସପେନ୍ସରେ ରହିଥିବା ବେଳେ ବିଜେପିର ବିଜୟକୁ ନେଇ ଦମ୍ଭୋକ୍ତି ଭରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟରୂପେ ବିଧାନସଭା ନିର୍ବାଚନ ହାରୁଥିବା ଦାବି କରିଛନ୍ତି ଅମିତ ଶାହ । ସେ କହିଛନ୍ତି, କ୍ଷମତାକୁ ଆସୁଥିବା ଭାରତୀୟ ଜନତା ପାର୍ଟିର ନୂଆ ସରକାରର ପ୍ରଥମ ବୈଠକରେ ନାଗରିକତା ସଂଶୋଧନ ଆଇନର ବିଷୟ ଉଠାଯିବ ।