ଓଡିଶା

odisha

By

Published : Apr 18, 2021, 1:05 PM IST

Updated : Apr 18, 2021, 1:50 PM IST

ETV Bharat / bharat

ବିଗୁଡୁଛି କୋରୋନା ସ୍ଥିତି, ପଶ୍ଚିମବଙ୍ଗରେ ସମସ୍ତ ପ୍ରଚାର ବାତିଲ କଲେ ରାହୁଲ

ଦେଶରେ କୋରୋନାରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ଏପରି ସ୍ଥିତିରେ ମୋଦି- ଶାହା ପ୍ରଚାର ଜାରି ରଖିଥିବାବେଳେ ପଶ୍ଚିମବଙ୍ଗରେ ସମସ୍ତ ପ୍ରଚାର ବାତିଲ କଲେ ରାହୁଲ । ଅଧିକ ପଢନ୍ତୁ...

Amid COVID-19 surge, Rahul Gandhi suspends all upcoming poll rallies in Bengal
ଦେଶରେ ବିଗୁଡୁଛି କୋରୋନା ସ୍ଥିତି, ପଶ୍ଚିମବଙ୍ଗରେ ସମସ୍ତ ପ୍ରଚାର ବାତିଲ କଲେ ରାହୁଲ

ନୂଆଦିଲ୍ଲୀ: ଦେଶରେ କୋରୋନାରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ଦୈନିକ ସଂକ୍ରମଣ 2 ଲକ୍ଷ ଅତିକ୍ରମ କରିଛି । କୋରୋନା ଜନିତ ମୃତ୍ୟୁର ଏକ ମହାତାଣ୍ଡବ ଦେଖିବାକୁ ମିଳୁଛି । କୋରୋନାର ଏଭଳି ଭୟଙ୍କର ଚିତ୍ର ଦେଶବାସୀଙ୍କୁ ଭୟଭୀତ କରିଛି । ଯାହାକୁ ନଜରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗର ସମସ୍ତ ରାଲି ଓ ଜନସଭାକୁ ବାତିଲ କରିଛନ୍ତି ।

ଦେଶରେ ବିଗୁଡୁଛି କୋରୋନା ସ୍ଥିତି, ପଶ୍ଚିମବଙ୍ଗରେ ସମସ୍ତ ପ୍ରଚାର ବାତିଲ କଲେ ରାହୁଲ



ରାହୁଲ ଗାନ୍ଧୀ ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସଂକ୍ରମଣ ସମୟରେ ପବ୍ଲିକ ରାଲିକୁ ସମସ୍ତ ରାଜନେତାଙ୍କୁ ଗଭୀର ଭାବେ ଚିନ୍ତା କରିବା ଜରୁରୀ । ଚଳିତ ବର୍ଷ କୋରୋନା ସଂକ୍ରମଣ ମଧ୍ୟରେ 8 ଟି ପର୍ଯ୍ୟାୟ ଦେଇ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । କ୍ଷମତାକୁ ହାତେଇବାକୁ ଜାତୀୟ ଦଳ ଠାରୁ ଆଞ୍ଚଳିକ ଦଳ ସମସ୍ତେ ଜନସଭା ଓ ରାଲିକୁ ଜୋରଦାର କରୁଛନ୍ତି ।

ସଂକ୍ରମଣ ବଢୁଥିବା ସମୟରେ ଶହ ଶହ ଜନସଂଖ୍ୟାକୁ ନେଇ ଜନସଭା ଆଗାମୀ ପରିସ୍ଥିତିକୁ ଆହୁରି ଭୟଙ୍କର କରିପାରେ । ଯାହାକୁ ନଜରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମସ୍ତ ଜନସଭା ଓ ରାଲିକୁ ବାତିଲ କରିଛନ୍ତି । ତେବେ ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବଳକା 4 ଟି ପର୍ଯ୍ୟାୟ ନିର୍ବାଚନକୁ ଏକକାଳୀନ କରିବାକୁ ଦାବି ମଧ୍ୟ କରିଥିଲେ । ସେପଟେ, ଆଜି (ରବିବାର) ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହ ତୋଫାନୀ ରାଲି କରିବେ । କୋରୋନାର ପ୍ରକୋପ ସତ୍ତ୍ବେ ବିଜେପି ସେଠାରେ ଡେରା ପକାଇଛି । ଗତକାଲି (ଶନିବାର) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅମିତ ଶାହ ରାଲି ଓ ରୋଡ ଶୋ’ କରିଥିଲେ । ଆଜି ମଧ୍ୟ ଅମିତ ଶାହ ଓ ମୋଦି ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ।



ସୂଚନାଯୋଗ୍ୟ, ଆଜି ଦେଶରେ 2 ଲକ୍ଷରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 1000 ଅଧିକ ଆକ୍ରାନ୍ତଙ୍କ ଜୀବନ ନେଇଛି କୋରୋନା । ଯାହାକୁ ନେଇ କୋରୋନା କଟକଣାକୁ ଜୋରଦାର କରାଯାଉଥିବା ବେଳେ ପ୍ରଚାର ମୈଦାନରେ ଜମୁଛି ଜନତାଙ୍କ ଭିଡ । ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଳକା 4 ନିର୍ବାଚନକୁ ଏକାଠି କରିବାକୁ ଦାବି କରିଥିଲେ ।

Last Updated : Apr 18, 2021, 1:50 PM IST

ABOUT THE AUTHOR

...view details