ଓଡିଶା

odisha

ETV Bharat / bharat

କଂଗ୍ରେସ ସମେତ ସବୁ ରାଜନୈତିକ ଦଳ ସମାଜରେ ଭେଦଭାବ ସୃଷ୍ଟି କରନ୍ତି: ଆଜାଦ - କଂଗ୍ରେସ କନ୍ଦଳ

ସମାଜରେ ଭେଦଭାବ ସୃଷ୍ଟି କରନ୍ତି ରାଜନୈତିକ ଦଳ । କଂଗ୍ରେସ ମଧ୍ୟ ସେହି ତାଲିକାଭୁକ୍ତ କହିଲେ ଆଜାଦ । କାଶ୍ମୀର ପଣ୍ଡିତ ଗଣହତ୍ୟା ଓ ପଳାୟନ ସଙ୍କଟ ପାଇଁ ପାକିସ୍ତାନ ଓ ମିଲିଟାନ୍ସିକୁ କଲେ ଦାୟୀ । ଅଧିକ ପଢନ୍ତୁ

କଂଗ୍ରେସ ସମେତ ସବୁ ରାଜନୈତିକ ଦଳ ସମାଜରେ ଭେଦଭାବ ସୃଷ୍ଟି କରନ୍ତି: ଆଜାଦ
କଂଗ୍ରେସ ସମେତ ସବୁ ରାଜନୈତିକ ଦଳ ସମାଜରେ ଭେଦଭାବ ସୃଷ୍ଟି କରନ୍ତି: ଆଜାଦ

By

Published : Mar 20, 2022, 8:35 PM IST

ଶ୍ରୀନଗର:ସମାଜରେ ଲୋକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିଥାନ୍ତି ରାଜନୈତିକ ଦଳ । କୌଣସି ନିର୍ଦ୍ଦିଷ୍ଟ ଦଳ ନୁହେଁ ବରଂ ନିଜ ଦଳ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳ ଏହି କାର୍ଯ୍ୟରେ ସମ୍ପୃକ୍ତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବି ଆଜାଦ । ଆଜି G23 ବୈଠକରେ ଆଜାଦ ଏପରି ଆଭିମୁଖ୍ୟ ପୋଷଣ କରିଛନ୍ତି । ୧୯୯୦ରେ କାଶ୍ମୀର ଘାଟିରେ ହୋଇଥିବା କାଶ୍ମୀର ପଣ୍ଡିତ ଗଣହତ୍ୟା ଓ ପଳାୟନ ସଙ୍କଟ ସମ୍ପର୍କରେ ମତ ରଖି ସେ ରାଜନୈତିକ ଦଳମାନଙ୍କ ସମ୍ପର୍କରେ ଏପରି କହିବା ସହ ପାକିସ୍ତାନ ଓ ଆତଙ୍କବାଦକୁ ମଧ୍ଯ ଦାୟୀ କରିଛନ୍ତି ।

ନିକଟରେ କାଶ୍ମୀର ପଣ୍ଡିତଙ୍କ ଉତ୍ପୀଡନକୁ ଆଧାର କରି ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର କାଶ୍ମୀର ଫାଇଲ୍ସକୁୁ ମଧ୍ୟ କାର୍ଯ୍ୟକ୍ରମରେ ମତ ରଖିଥିଲେ ଆଜାଦ । ଆଜାଦ କହିଛନ୍ତି ରାଜନୈତିକ ଦଳମାନେ ବିଭିନ୍ନ ଆଧାର ଯଥା ଧର୍ମ, ସମ୍ପ୍ରଦାୟ ଓ ଅନ୍ୟ କିଛି ପ୍ରସଙ୍ଗରେ ସମାଜରେ ଭେଦଭାବ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଥାନ୍ତି ।

ସେହିପରି ସେ ନିଜ ଦଳ କଂଗ୍ରେସକୁ ମଧ୍ୟ ଏଥିରେ ତାଲିକାଭୁକ୍ତ କରିଥିଲେ । ସମାଜ ଏପ୍ରକାର ରାଜନୈତିକ ଅଭିସନ୍ଧିକୁ ବୁଝିବା ଆବଶ୍ୟକ । ସାମାଜିକ ଏକତା, ସଦଭାବନା ବଜାୟ ରଖିବାକୁ ହେବ । ଧର୍ମ ଓ ସମ୍ପ୍ରଦାୟରୁ ଊର୍ଦ୍ଧ୍ବରେ ସମସ୍ତଙ୍କୁ ସାମାଜିକ ନ୍ୟାୟ ମିଳିବା ଆବଶ୍ୟକ ବୋଲି ମଧ୍ୟ ସିଭିଲ ସୋସାଇଟିକୁ ପରାମର୍ଶ ମଧ୍ୟ ଦେଇଥିଲେ ଆଜାଦ ।

ଏହି ଘଟଣାରେ ସେ ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ବର ଉଦାହରଣ ଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଗାନ୍ଧୀ ଜଣେ ପ୍ରକୃତ ହିନ୍ଦୁ ଓ ନିରପେକ୍ଷବାଦୀ ଥିଲେ । ପାକିସ୍ତାନ ଓ ଆତଙ୍କବାଦ କାଶ୍ମୀରରେ ଘଟିଥିବା ପଳାୟନ ପାଇଁ ଦାୟୀ । କାଶ୍ମୀର ଘାଟିରେ ୯୦ ଦଶକରେ ଯାହା ଘଟିଲା ତାହା ହିନ୍ଦୁ, ମୁସଲମାନ ଓ ଦଳିତଙ୍କ ପରି ସମସ୍ତ ବର୍ଗକୁ ପ୍ରଭାବିତ କରିଥିବା ମଧ୍ୟ ସେ ମତ ଦେଇଥିଲେ ।

ତେବେ ଚଳିତ ମାସ ୧୧ ତାରିଖରେ ପରଦାକୁ ଆସିଥିବା ବାସ୍ତବଧର୍ମୀ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ଏବେ ପୁଣି ଥରେ ସେହି ୯୦ଦଶକର ଚର୍ଚ୍ଚିତ ଗଣହତ୍ୟା ଓ ପଳାୟନ ଘଟଣାକୁ ତାଜା କରିଥିବା ବେଳେ ରାଜନୀତିର ମୁଖ୍ୟସ୍ରୋତକୁ ମଧ୍ୟ ଆଣିଛି । ଫଳରେ ରାଜନୈତିକ ବୟାନବାଜୀ ଆରୋପ ପ୍ରତ୍ୟାରୋପ ମଧ୍ୟ ଜୋର ଧରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details