ଓଡିଶା

odisha

PM Modi In US: ବିଦେଶୀ ଗାୟିକାଙ୍କ କଣ୍ଠରେ ଜନ ଗଣ ମନ, ମୋଦିଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

By

Published : Jun 24, 2023, 7:42 PM IST

ଆମେରିକାର ଗାୟିକା ମେରି ମିଲବେନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ୱାଶିଂଟନର ରୋନାଲ୍ଡ ରିଗନ ସେଣ୍ଟରରେ ଭାରତର ଜାତୀୟ ସଙ୍ଗୀତ ପରିବେଷଣ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ମୋଦିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ମେରି ମିଲବେନ
ମୋଦିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ମେରି ମିଲବେନ

ମୋଦିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ମେରି ମିଲବେନ

ହାଇଦ୍ରାବାଦ :ସାରା ବିଶ୍ବରେ ଚର୍ଚ୍ଚାରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ । ଏଠାରେ ପ୍ରଧାମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ସମ୍ମାନିତ କରାଯାଇଥିଲା । ୱାଶିଂଟନର ରୋନାଲ୍ଡ ରିଗନ ସେଣ୍ଟରରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏଠାରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଆମେରିକାର ଲୋକପ୍ରିୟ ଗାୟିକା ମେରି ମିଲବେନ । ଏହି ସମାରୋହରେ ଆମେରିକୀୟ ଗାୟିକା ମେରି ମିଲବେନ୍ ପ୍ରଥମେ ଭାରତର ଜାତୀୟ ସଂଗୀତ ଜନ ଗଣ ମନକୁ ମଞ୍ଚରେ ଗାଇଥିଲେ ଏବଂ ମୋଦି ମଞ୍ଚରେ ପହଞ୍ଚିବା ପରେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକମାନେ ପସନ୍ଦ କରିବା ସହ ସେୟାର କରୁଥିବା ଦେଖିବାକୁ ମିଳିଛି ।

କହିରଖୁଛୁ କି, ଏହି ସମାରୋହରେ ବିଦେଶୀ ଗାୟିକା ମେରି ମିଲବେନଙ୍କ ଜାତୀୟ ସଂଗୀତ 'ଜନ ଗଣ ମନ'ର ଚମତ୍କାର ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅନେକ ପ୍ରଶଂସା କରିଥିଲେ । ଏଥି ସହିତ ମେରି ମଞ୍ଚରେ ଉପସ୍ଥିତ ଥିବାବେଳେ ମୋଦିଙ୍କ ପାଦ ଛୁଇଁଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ଗାୟିକାଙ୍କୁ ଉଠାଇ ତାଙ୍କ ସହ ହାତ ମିଳାଇଥିଲେ । ଏହାପରେ ମୋଦି ଏବଂ ମେରି ପରସ୍ପରକୁ ଅଭିବାଦନ ଜଣାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ: ଭାରତ-ଆମେରିକା ସମ୍ପର୍କର ନୂଆ ଯୁଗ ଆରମ୍ଭ ହୋଇଛି

ଏହା ମଧ୍ୟ ପଢନ୍ତୁ: PM Modi in US: ଆମେରିକାରେ ପିଲାମାନେ ନାଟୁ ନାଟୁ ଗୀତରେ ନାଚୁଛନ୍ତି, ହ୍ବାଇଟ ହାଉସ ଡିନରରେ ଏପରି କହିଲେ ମୋଦି

ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ସଙ୍ଗୀତ ଜନ ଗଣ ମନ ଏବଂ ଓମ୍ ଜୟ ଜଗଦୀଶ ହରେ ଗୀତ ଗାଇ ୩୮ ବର୍ଷୀୟ ମିଲବେନ ଭାରତରେ ବହୁତ ଲୋକପ୍ରିୟ ରହିଛନ୍ତି । ସେ ଜୁନ୍ ୨୧ରେ ମିଳିତ ଜାତିସଂଘ ମୁଖ୍ୟାଳୟ (UNHQ)ରେ ନବମ ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅଂଶଗ୍ରହଣ କରିଥିଲେ । ମିଲବେନ କହିଥିଲେ, "ମୁଁ ଆଜିର କାର୍ଯ୍ୟକ୍ରମରେ ଯୋଗଦେବାକୁ ଉତ୍ସାହିତ ହୋଇ ରହିଛି । କାରଣ ୱାଶିଂଟନର ରୋନାଲ୍ଡ ରିଗନ ସେଣ୍ଟରରେ ଭାରତୀୟ ଡାଏସପୋରା ଇଭେଣ୍ଟରେ ମୋତେ ଜାତୀୟ ସଙ୍ଗୀତ ଗାନ କରିବାକୁ ନିମନ୍ତ୍ରଣ କରାଯାଇଛି ।"

'ଭାରତର ଜାତୀୟ ସଙ୍ଗୀତ ଗାଇ ଗର୍ବ ଅନୁଭବ କରୁଛି':ମିଲବେନ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦି ଏବଂ ଦେଶର ଲୋକମାନଙ୍କ ସମ୍ମାନାର୍ଥେ ମୁଁ ଭାରତୀୟ ଜାତୀୟ ସଙ୍ଗୀତ ଗାନ କରି ମୁଁ ଅତ୍ୟଧିକ ଗର୍ବିତ । ମୁଁ ଏହାକୁ ମୋ ପରିବାର ମାନୁଛି । ଆମେରିକା ଓ ଭାରତୀୟ ଜାତୀୟ ସଂଗୀତ ଗଣତନ୍ତ୍ର ଏବଂ ସ୍ବତନ୍ତ୍ରତାର ଆଦର୍ଶ । ତେଣୁ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଏଇଠୁ ଜାଣି ହୁଏ । ଏକ ସ୍ବତନ୍ତ୍ର ଦେଶ କେବଳ ସ୍ବତନ୍ତ୍ର ଲୋକମାନଙ୍କ ଦ୍ୱାରା ପରିଭାଷିତ ହୋଇଥାଏ ।"

ଓମ ଜୟ ଜଗଦୀଶ ହରେ ଗାଇ ଚର୍ଚ୍ଚାକୁ ଆସିଲେ ମିଲବେନ:୨୦୨୦ ମସିହାରେଆମେରିକାର ଲୋକପ୍ରିୟ ଗାୟିକା ମେରି ମିଲବେନ 'ଓମ ଜୟ ଜଗଦୀଶ ହରେ' ଗୀତ ଗାଇ ସାରା ବିଶ୍ବକୁ ଦିପାବଳୀର ଶୁଭେଚ୍ଛା ଜଣାଇଥିଲେ । ସେତେବେଳେ ସେ କହିଥିଲେ, "ଓମ୍ ଜୟ ଜଗଦୀଶ ହରେ ଗୀତଟି ବିଶ୍ବବ୍ୟାପୀ ଭାରତୀୟମାନେ ନିଜ ଘରେ ପୂଜା ଓ ଉତ୍ସବରେ ଗାଇଥାନ୍ତି । ମୋତେ ଏହା କ୍ରମାଗତ ଭାବେ ପ୍ରଭାବିତ କରିଛି।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details